www.samajalive.in
Monday, December 8, 2025
14.1 C
Bhubaneswar

ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସିକରେ ନାଲକୋର ନିଟ୍ ଲାଭ ୧୦୭ କୋଟି ଟଙ୍କା

ଭୁବନେଶ୍ୱର: ପ୍ରତିକୂଳ ବ୍ୟବସାୟିକ ପରିବେଶ ସତ୍ତ୍ୱେ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ୨୦୨୦-୨୧ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ୧୦୭.୪୫ କୋଟି ଟଙ୍କାର ନିଟ୍ ଲାଭ କରିଛି । ଉକ୍ତ ତ୍ରୈମାସରେ କମ୍ପାନୀ ୨୩୭୫ କୋଟି ଟଙ୍କା କାରବାର କରି ପ୍ରଥମ ତ୍ରୟମାସିକ ତୁଳନାରେ ୭୨% ଅଭିବୃଦ୍ଧି କରିଛି । ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ  କମ୍ପାନୀ ୧୩୮୧ କୋଟି ଟଙ୍କାର କାରବାର କରିଥିଲା । ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଛ ମାସରେ କମ୍ପାନୀ ୧୨୪ କୋଟି ଟଙ୍କା ନିଟ୍ ଲାଭ କରିଅଛି । ଗତ ବର୍ଷ ଏହି ସମୟସୀମା ମଧ୍ୟରେ ଏହି ପରିମାଣ ୭୦ କୋଟି ଟଙ୍କା ଥିଲା ।

ଉତ୍ପାଦନ କ୍ଷେତ୍ରରେ ନାଲକୋ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ୧୭.୦୪ ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଥିବା ବେଳେ ଆଲୁମିନା ହାଇଡ୍ରେଟ ଉତ୍ପାଦନ ୪.୮୭ ଲକ୍ଷ ଟନ୍ ଥିଲା । ଏହି ସମୟ ସୀମାରେ କମ୍ପାନୀ ୧.୦୬ ଲକ୍ଷ ଟନ୍ ଆଲୁମିନିୟମ୍ ଉତ୍ପାଦନ କରିଥିଲା । ଦେଶର ଅନ୍ୟତମ ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନକାରୀ ସଂସ୍ଥା ଭାବେ ନାଲକୋ ରପ୍ତାନି କ୍ଷେତ୍ରରେ ମଧ୍ୟ ଏହି ତ୍ରୈମାସରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରି ଅଛି । ନାଲକୋ ଏହି ଦ୍ୱିତୀୟ ତ୍ରୈମାସରେ ମୋଟ ୫୮,୫୭୪ ମେଟ୍ରିକ ଟନ୍ ଆଲୁମିନିୟମ ବିକ୍ରୟ କରିଅଛି ଯାହା ଗତ ବର୍ଷ ଏହି ସମୟରେ ୧୬,୩୦୫ ମେଟ୍ରିକ ଟନ୍ ଥିଲା । ଏହି ତ୍ରୈମାସରେ ମୋଟ ଆଲୁମିନା ବିକ୍ରୟ ୨୮୫,୭୧୮ ମେଟ୍ରିକ ଟନ୍ ହୋଇଅଛି । ଗତ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛ ମାସରେ କମ୍ପାନୀ ତିନି ଗୁଣା ଆଭିବୃଦ୍ଧି ସହିତ ୯୩,୭୩୦ ମେଟ୍ରିକ୍ ଟନ୍ ଆଲୁମିନିୟମ୍ ରପ୍ତାନି କରିଅଛି ଯାହା ଗତ ବର୍ଷ ଏହି ସମୟରେ ୩୦,୫୬୧ ମେଟ୍ରିକ୍ ଟନ୍ ଥିଲା ।

- Advertisement -

ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନାଲକୋର ଅଧ୍ୟକ୍ଷଶ୍ରୀଧର ପାତ୍ର କହିଛନ୍ତି, “ଚଳିତ ବର୍ଷ ଅପ୍ରତ୍ୟାଶିତ ପରିସ୍ଥିତି ସମଗ୍ର ବିଶ୍ୱକୁ ପ୍ରଭାବିତ କରିଅଛି । ପ୍ରତିକୂଳ ପରିସ୍ଥିତି ତଥା ବଜାର ମାନ୍ଦାବସ୍ଥା ଏବଂ କୋଭିଡ୍ ମହାମାରୀର ପ୍ରଭାବ ସତ୍ତ୍ୱେ ନାଲକୋର ଦଳଗତ ପ୍ରଚେଷ୍ଟା ନିଜର ଉତ୍ପାଦନ ଏବଂ ବ୍ୟବସାୟକୁ ସଫଳତାର ସହିତ ପରିଚାଳନା କରି ପାରିଅଛି । କମ୍ପାନୀ ନିଜର ପ୍ରତିସ୍ପର୍ଦ୍ଧା ବଜାୟ ରଖିବା ସହିତ ନିଜର ଗ୍ରାହକମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦନ ଉପଲଭ୍ଧ କରାଇବା ତଥା ଆତ୍ମନିର୍ଭର ଭାରତ ନିର୍ମାଣରେ ନିଜର ଯୋଗଦାନ ପାଇଁ ପ୍ରତିଶ୍ରୁତିବଦ୍ଧ” ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories