www.samajalive.in
Sunday, December 7, 2025
15.1 C
Bhubaneswar

ନୈନିତାଲରେ ମୃତ୍ୟୁର ଛାୟା; ଭୟରେ ଶୋଇ ପାରୁନାହାଁନ୍ତି ଲୋକେ, ଜାଣନ୍ତୁ କାହିଁକି

ସମାଜ ଡିଜିଟାଲ ଡେସ୍କ: ଉତ୍ତରାଖଣ୍ଡର ସୁନ୍ଦର ଉପତ୍ୟକାରେ ମୁଣ୍ଡ ଟେକିଛି ଏକ ନୂଆ ବିପଦ । ଯାହାର ନାମ କିଙ୍ଗ କୋବ୍ରା । ଯେଉଁ ସାପ ଏପର୍ଯ୍ୟନ୍ତ କେବଳ ଘଞ୍ଚ ଜଙ୍ଗଲ କିମ୍ବା ତରାଇ ଅଞ୍ଚଳରେ ଦେଖାଯାଉଥିଲା, ତାହା ଏବେ ପର୍ବତଗୁଡିକର ଆବାସିକ ବସତିରେ ପହଞ୍ଚିଛି । ବନ ବିଭାଗର ସାମ୍ପ୍ରତିକ ରିପୋର୍ଟ ଅନୁସାରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ୨୦୧୫ରୁ ୨୦୨୦ ମଧ୍ୟରେ ଉତ୍ତରାଖଣ୍ଡରେ କିଙ୍ଗ କୋବ୍ରାକୁ ମୋଟ ୧୩୨ଥର ଦେଖା ଯାଇଥିବା ବେଳେ ଏବେ ନୈନିତାଲ ଜିଲାରେ ୮୩ଥର ଦେଖିବାକୁ ମିଳିଛି । ରିପୋର୍ଟରେ ଦାବି କରାଯାଇଛି ଯେ ନୈନିତାଲରେ ବର୍ଷା ଲାଗି ରହିଥିବା ବେଳେ ଜଙ୍ଗଲରେ ପାରମ୍ପରିକ ବାସସ୍ଥାନ ବାହାରେ ସର୍ବାଧିକ ସଂଖ୍ୟାରେ କିଙ୍ଗ କୋବ୍ରା ରହିଛନ୍ତି । ଫଳରେ ଭୟରେ ରହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

କିଙ୍ଗ କୋବ୍ରାଙ୍କ ସଂଖ୍ୟା କାହିଁକି ବଢୁଛି?
ବନ ବିଭାଗର ସାପ ଧରାଳୀ କହିଛନ୍ତି ଯେ ନୈନିତାଲର ବର୍ଦ୍ଧିତ ତାପମାତ୍ରା କିଙ୍ଗ କୋବ୍ରାଙ୍କ ସଂଖ୍ୟା ବୃଦ୍ଧି କରିବାର ମୁଖ୍ୟ କାରଣ । କିଙ୍ଗ କୋବ୍ରା ପ୍ରଥମେ ୨୦୦୬ ମସିହାରେ ନୈନିତାଲ ଜିଲାର ଭାୱାଲି ଜଙ୍ଗଲ ରେଞ୍ଜରେ ଦେଖାଯାଇଥିଲା । ଏହାପରେ ୨୦୧୨ମସିହାରେ ମୁକ୍ତେଶ୍ୱରରେ ଏକ ବିଶାଳକାୟ ୨୩୦୩ ଉଚ୍ଚତାର ସାପ ଦେଖିବାକୁ ମିଳିଥିଲା । ଏତେ ଉଚ୍ଚତାରେ କିଙ୍ଗ୍‍ କୋବ୍ରାର ଉପସ୍ଥିତି ସାରା ବିଶ୍ୱରେ ଏକ ରେକର୍ଡ । ଏପର୍ଯ୍ୟନ୍ତ ସେ ନୈନିତାଲରେ ଏକ ୧୮ଫୁଟ ଲମ୍ବା କିଙ୍ଗ୍‍ କୋବ୍ରାକୁ ଉଦ୍ଧାର କରିଛନ୍ତି ବନ ଅଧିକାରୀ । ଏପର୍ଯ୍ୟନ୍ତ ନୈନିତାଲ ଏବଂ ଆଖପାଖ ଅଞ୍ଚଳରୁ ପ୍ରାୟ ୬୦ଟି କିଙ୍ଗ୍‍ କୋବ୍ରାକୁ ଉଦ୍ଧାର କରାଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories