www.samajalive.in
Wednesday, December 10, 2025
26.1 C
Bhubaneswar

ମହାନଦୀ ସେତୁ କାର୍ଯ୍ୟ ପରିଦର୍ଶନ କଲେ ନାବାର୍ଡ ଡି.ଜେ.ଏମ ; ମେ ସୁଦ୍ଧା କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣଧିନ ରହିଥିବା ବହୁପ୍ରତିକ୍ଷୀତ ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ବୁଧବାର ଭୂବନେଶ୍ୱର ନାବାର୍ଡ ଡେପୁଟି ଜେନେରାଲ ମ୍ୟାନେଜର ବି.ବାଲସୁବ୍ୟମଣ୍ୟମଙ୍କ ଏକ ୩ଜଣିଆ ଟିମ ଖରଶଙ୍କୁଲେଇ ପଂହଚିଥିବା ଜଣାପଡିଛି । ସେତୁ ନିର୍ମାଣକାର୍ଯ୍ୟ ଅଗ୍ରଗତି ତଦାରଖ ପାଇଁ ନାବାର୍ଡ ଟିମ ଡଙ୍ଗାସାହାଯ୍ୟରେ ଧଳପୁର ପଟୁ ଆଠମଲ୍ଲିକ ପଟକୁ ଯାଇ ସେତୁ ଅଗ୍ରଗତି କାର୍ଯ୍ୟ ତଦାରଖ କରିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ୮୭ଟି ପିଲର ନିର୍ମାଣକାର୍ଯ୍ୟ ଶେଷ ହୋଇସାରିଛି। ଆଉ ୧୧ଟି ପିଲର ଉପରେ ଛାତ କାର୍ଯ୍ୟ ସାଙ୍ଗକୁ ସେତୁ ବାଡ ନିର୍ମାଣ କାର୍ଯ୍ୟ ବାକିଥିବାବେଳେ ଆଠମଲ୍ଲିକ ପଟର ଆପ୍ରୋଚିଂ ରୋଡ କାର୍ଯ୍ୟ ମଧ୍ୟ ବାକିଥିବା ଟିମ ଜାଣିବାକୁ ପାଇଛି। ଆସନ୍ତା ମେ ମାସ ୩୧ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମିଆଦି ରହିଥିବା ବେଳେ ଆଉ ବାକିଥିବା ୯୦ଦିନରୁ କମ୍ ସମୟ ମଧ୍ୟରେ ସେତୁ କାର୍ଯ୍ୟ ସଂପୂର୍ଣ୍ଣ ଶେଷ କରିବା  ପାଇଁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପରିଦର୍ଶନ ସମୟରେ ନାବାର୍ଡ ଡି.ଜେ.ଏମଙ୍କ ସହିତ ସୋନପୁର ନାବାର୍ଡ ଏ.ଜି.ଏମ  ତାପସ ଶଙ୍କର ରାଉତ, କନସଲଟାଂଟ ଗୋଲକ ବିହାରୀ କର, ବୌଦ୍ଧ ପୂର୍ତବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ  ଶାନ୍ତନୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତ ୫ଡିସେମ୍ବର ୨୦୧୬ରେ ନାବାର୍ଡ ସହାୟତାରେ ୧୬୮କୋଟି ୯୧ଲକ୍ଷ ଟଙ୍କାରେ ବ୍ୟୟବରାଦରେ ଏହି ସେତୁ ନିର୍ମାଣକାର୍ଯ୍ୟ  ଆରମ୍ଭ କରାଯାଇଥିଲା । ୮୭ପିଲର ବିଶିଷ୍ଟ ଏହି ସେତୁର ଲମ୍ବ ୩ କିମି ୪୨୦ମିଟର ରହିଛି। ଡିସେମ୍ବର ୨୦୧୯ସୁଦ୍ଧା ଅର୍ଥାତ୍ ତିନି ବର୍ଷ ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଠିକାସଂସ୍ଥାକୁ ସମୟ ମିଆଦି ଦିଆଯାଇଥିଲା।  ସମୟସୀମା ମଧ୍ୟରେ ସେତୁକାର୍ଯ୍ୟ ସଂପୂର୍ଣ୍ଣ ହେବାର ବିଲମ୍ବ ଯୋଗୁଁ ସମୟ ମିଆଦିକୁ ଦୁଇ ଦୁଇ ଥର ବୃଦ୍ଧି କରାଯାଇଛି। ଠିକା ସଂସ୍ଥାକୁ ଆହୁରି ୧୭ମାସ ଅଧିକ ସମୟ ମିଆଦି ଦିଆଯାଇ ଆସନ୍ତା ୩୧ମେ ସୁଦ୍ଧା ସେତୁ ନିର୍ମାଣକାର୍ଯ୍ୟ ଶେଷ କରିବାକୁ କୁହାଯାଇଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories