www.samajalive.in
Wednesday, December 10, 2025
18.1 C
Bhubaneswar

ପୁନଃଉଦ୍ଧାର ହେବ ପାପଡାହାଣ୍ଡି ନୀଳକଣ୍ଠେଶ୍ଵର ମନ୍ଦିର  ଶିବଲିଙ୍ଗ

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଠାରେ ଥିବା ପ୍ରସିଦ୍ଧ ଶୈବପୀଠ ନୀଳକଣ୍ଠେଶ୍ଵର ମନ୍ଦିର ର ଶିବ ଲିଙ୍ଗ ର ପୁନରୁଦ୍ଧାର କାର୍ଯ୍ୟକ୍ରମ ଦେବୋତର ବିଭାଗ ତରଫରୁ ଆସନ୍ତା କାଲିଠାରୁ ଆରମ୍ବ ହେବ। ପାପଡାହାଣ୍ଡି ନୀଳକଣ୍ଠେଶ୍ଵର ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଏକ କୋଟି ଟଙ୍କା ମଂଜୁର କରିବା ପରେ ମନ୍ଦିର ର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିରର ପୁରାତନ ଶିବଲିଙ୍ଗ ର ଚତୁର୍ପାଶ୍ୱ ନଷ୍ଟ ହୋଇଯାଇଥିଲା, ଉକ୍ତ ଶିବ ଲିଙ୍ଗ ର ପୁନଃରୁଦ୍ଧାର ପାଇଁ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ନିର୍ଦେଶ ଦେବାପରେ ଦେଵାତ୍ତର ବିଭାଗ ତରଫରୁ ପୁରୀ ପଣ୍ଡାଙ୍କ ଏକ ସ୍ୱତନ୍ତ୍ର ୭ଜଣିଆ ବ୍ରାହ୍ମଣ ଆସନ୍ତା କାଲି ପାପଡାହାଣ୍ଡି ପହଞ୍ଚି ଶିବାଲିଙ୍ଗର ପୁନଃରୁଦ୍ଧlର କାର୍ଯ୍ୟ ଆରମ୍ବ କରିବେ।
ଉକ୍ତ ଶିବାଲିଙ୍ଗ ମରାମତି ପାଇଁ ଗୁପ୍ତେଶ୍ୱର ଠାରୁ 2କ୍ୱିଣ୍ଟାଲ ଝୁଣା, ସ୍ୱତନ୍ତ୍ର କର୍ପୁର,ରାଶିଟେଲ ରେ ଲେପ ପ୍ରସ୍ତୁତ କରି ଶିବାଲିଙ୍ଗର ଚତୁର୍ପାଶ୍ୱ ରେ ଲେପ ଦେଇ ତମ୍ବା ବଳୟ ରେ ଢଙ୍କାଯିବ। ରୀତିନୀତି ଅନୁସାରେ ପୂଜାର୍ଚନା କରି ଏହି କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ଦିର କମିଟି ତରଫରୁ ସୂଚନା ଦିଆଯାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories