www.samajalive.in
Tuesday, December 9, 2025
15.1 C
Bhubaneswar

ଲଘୁଚାପ ଜନିତ ଲଗାଣବର୍ଷା ଯୋଗୁଁ ଶହଶହ ଏକର ଧାନକ୍ଷେତ ଜଳାର୍ଣ୍ଣବ

ଗୁରୁଡିଝାଟିଆ: ଲଘୁଚାପ ଜନିିତ ଲଗାଣ ବର୍ଷା ପାଇଁ ଶହଶହ ଏକର ଧାନକ୍ଷେତ ପାଣିରେ ବୁଡି ରହିଛି । ଯାହାଫଳରେ ଧୋଇଯିବାର ଆଶଙ୍କା ଦେଖାଦେଇଛି। ସହଜେ ଦଶହରାକୁ କଟାଯିବାକୁ ଥିବା ଧାନ ଥୋର ଅବସ୍ଥାରେ ଥିଲା। ଆଉ କାହାର କାହାର ଥୋର ବାହାରି ଆସିଥିଲା। ଏଭଳିସ୍ଥିତିରେ ଦୁଇଦିନ ପାଣିରେ ବୁଡି ରହିଲେ ବାହାରିଥିବା ଧାନ ପଚିସଢି ନଷ୍ଟ ହୋଇଯିବ। ଜୁଲାଇ ଓ ଅଗଷ୍ଟ ମାସରେ ସଠିକ୍ ପରିମାଣର ବର୍ଷା ନହେବାରୁ ଧାନ ଫସଲ ପାଇଁ କୃଷକ ରୁଆ,ବେଉଷଣ ପାଇଁ ନାକେଦନ ହୋଇଥିଲା ଏବଂ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହୋଇଥିଲା। ହେଲେ ଅଦିନିଆ ବର୍ଷା ତାର ସବୁ ଆଶାକୁ ଧୁଳିସାତ୍ କରିଦେଇଛି। ମହାକାଳବସ୍ତ ପଞ୍ଚାୟତର ଦହିସରା,ହରିପୁର ସହିତ ଗୌଡଝରି,ଚମ୍ପାପୁର, ମହାକାଳବସ୍ତ ,ମାଧପୁର ଓ ସୁବର୍ଣ୍ଣମଞ୍ଜରିପୁର ଗାଁ ର କୃଷକମାନଙ୍କ ଧାନ ଫସଲ ସହିତ ପନିପରିବା ଫସଲ ମଧ୍ୟ ବୁଡିରହିଛି ବର୍ଷାଜଳରେ।

 

- Advertisement -

ସେହିପରି ଘଣ୍ଟିଖାଲ,ନିଧିପୁର, ଗୋପାଳପ୍ରସାଦ, ଜେନାପୁର,ବ୍ରାହ୍ମଣବସ୍ତ,ବିଷ୍ଣୁପୁର,କଖଡି,ନାରଙ୍ଗବସ୍ତ ,ନୂଆଡିହ ,ପ୍ରଶନ୍ନାପୁର, ଲିଙ୍ଗାପଦା, ବିଦ୍ୟାଧରପୁର ଓ ପାଇକରାପୁର ଆଦିଗାଁର କୃଷକମାନଙ୍କ ଧାନଜମି ପାଣିରେ ବୁଡିଯାଇଛି। ପୁଣି ଆଗକୁ ଆଉଏକ ଲଘୁଚାପ ଆସିବାର ସୁଚନା ଦେଲେଣି ପାଣିପାଗ ବିଭାଗ। ଏଭଳି ସ୍ଥିତିରେ କୃଷକ ମୁଣ୍ଡରେ ହାତଦେଇ ବସିବା ଛଡା ଆଉ ବିକଳ୍ପ ନାହିଁ। ଏବେସୁଦ୍ଧା ପୁରୁଣା-କଟକ ସମ୍ବଲପୁର ରାସ୍ତାର ଚମ୍ପାପୁର ଠାରୁ ଦହିସରା ପର୍ଯ୍ୟନ୍ତ ରାସ୍ତାରେ ୩ଫୁଟରୁ ଉଦ୍ଧ୍ୱର୍ ବର୍ଷାଜଳ ଓ ନିଧିପୁର ଗଡା ଠାରେ ୨ଫୁଟ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଛି। କଖଡି-ବ୍ରାହ୍ମଣବସ୍ତ ରାସ୍ତାର ପାଟୁଳିଗାଡିଆଠାରେ ଦେଢପୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତରେ ବାଧାପ୍ରାପ୍ତ ହେଉଛି। ମୋଟାମୋଟି ଭାବରେ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଆଠଗଡ ଯିବା ଏବେ ସମ୍ଭବପର ନୁହେଁ। ମହାକାଳବସ୍ତ ଓ ଚମ୍ପାପୁର ଗାଁର ଗହୀରପାଶ୍ୱର୍ବର୍ତ୍ତି ଘରଗୁଡିକରେ ବର୍ଷାଜଳ ଲାଗିରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories