www.samajalive.in
Wednesday, December 10, 2025
18.1 C
Bhubaneswar

ସିଡିଏମଓଙ୍କୁ ଭେଟି ଅସନ୍ତୋଷ ଜଣାଇଲେ ଜିଲା ସ୍ୱାସ୍ଥ୍ୟ ବିଭାଗ ଆଉଟ ସୋର୍ସିଙ୍ଗ କର୍ମଚାରୀ

ନବରଙ୍ଗପୁର: ନବରଙ୍ଗପୁର ଜିଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ପାଇଁ ନୂତନ ଏଲଆଣ୍ଡକେ କମ୍ପାନୀ ତାଙ୍କର ଜୟପୁର କାର୍ଯ୍ୟାଳୟକୁ ସମସ୍ତ ପ୍ରମାଣ ପତ୍ରର ଯାଞ୍ଚ ପାଇଁ ଡାକିବା ନେଇ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଜିଲାରେ ଶତାଧିକ କର୍ମଚାରୀ କାମ କରୁଥିବାବେଳେ ଏହି କମ୍ପାନୀ ନବରଙ୍ଗପୁରରେ ଯାଞ୍ଚ କାର୍ଯ୍ୟ ନକରି ଅନ୍ୟ ଜିଲାର ଜୟପୁରକୁ ଡାକିବା ନେଇ ନାପସନ୍ଦ କରିଛନ୍ତି । ଏ ସମ୍ପର୍କରେ କର୍ମଚାରୀମାନେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ପୂର୍ବରୁ ଭାରତ ସିକ୍ୟୁରିଟି ଅଧୀନରେ ଏହି କର୍ମଚାରୀମାନେ କାମ କରୁଥିଲେ । ସମ୍ପୃକ୍ତ କମ୍ପାନୀ ଏଠାରେ ହିଁ ଯାଞ୍ଚ କରିଥିଲା । ତେବେ ଚଳିତ ମାସରୁ ନୂତନ ଭାବେ ଏଲଆଣ୍ଡକେ ସର୍ଭିସ କମ୍ପାନୀ କର୍ମଚାରୀଙ୍କ ଦାୟିତ୍ୱ ନେଇଛି । ଜିଲାରେ ଏହି କର୍ମଚାରୀଙ୍କ ମଧ୍ୟରେ ଏମ ଆର ଏ ୧୩ ଜଣ, ଡାଟା ଏଣ୍ଟ୍ରି ଅପିରେଟର ୧୨ ଜଣ, ଷ୍ଟାଫ ନର୍ସ ୧୮ ଜଣ, ଏଲଟି ୨୫ ଜଣ, ଗ୍ୟାସ ଟେକ୍ନିସିଆନ ୪ ଜଣ, ଲିଫ୍ଟମେନ ୮ ଜଣ, ଆଟେଣ୍ଡାଣ୍ଟ ୮୦ ଜଣ, ସୁଇପର ୪୬ ଜଣ ଓ ବିଏମଡବ୍ଲ୍ୟୁ ୧୩ଜଣ କାମ କରୁଛନ୍ତି । ଏହି କର୍ମଚାରୀମାନଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ରହିଥିବାବେଳେ ସମସ୍ତଙ୍କର ବିଭିନ୍ନ ପ୍ରମାଣପତ୍ର ଯାଞ୍ଚ କରାଯିବ । ତେବେ ଏତେ ସଂଖ୍ୟାରେ କର୍ମଚାରୀଙ୍କୁ କମ୍ପାନୀ ଏଠାରେ କାହିଁକି ଯାଞ୍ଚ କରିବାକୁ ଚାହୁଁ ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି । ଏହାବ୍ୟତୀତ ଅନ୍ୟ ଜିଲାରେ ଏହି କର୍ମଚାରୀଙ୍କର ଦରମା ୨୫ ପ୍ରତିଶତ ବଢିଥିବାବେଳେ ନବରଙ୍ଗପୁର ଜିଲାରେ କାହିଁକି କାର୍ଯ୍ୟକାରୀ ହେଉନି ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି । ତେବେ ଏହି ସମସ୍ୟା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. କାଳୀ ପ୍ରସାଦ ବେହେରାଙ୍କୁ ପଚାରିବାରୁ ସମ୍ପୃକ୍ତ କମ୍ପାନୀର ବୈଷୟିକ ଅସୁବିଧା ହେଉଥିବାରୁ ଜୟପୁରରେ ଥିବା ତାଙ୍କ କାର୍ଯ୍ୟାଳୟରେ ଯାଞ୍ଚ କରିବାକୁ ଚାହୁଁଛି ବୋଲି କହିଛନ୍ତି । ତେବେ ଆଜି କମ୍ପାନୀର ଅଧିକାରୀ ଆସିଥିବାବେଳେ ଏଠିକାର କର୍ମଚାରୀଙ୍କର ମତ ଜଣାଇ ଦିଆଯାଇଛି । ସେ ତାଙ୍କ କମ୍ପାନୀର ପରିଚାଳନା ନିର୍ଦେଶକଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories