www.samajalive.in
Saturday, December 6, 2025
26.1 C
Bhubaneswar

ନବରଙ୍ଗପୁର ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସର ତିନିଦିନିଆ ତାଲିମ୍ ଶିବିର ଉଦଘାଟିତ

ନବରଙ୍ଗପୁର : ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଅ।ନୁକୂଲ୍ୟରେ ନବରଙ୍ଗପୁର  ମହାବିଦ୍ୟାଳୟ ଯୁବ ରେଡକ୍ରସ ଦ୍ଵାରା ତିନିଦିନିଆ ଶିକ୍ଷା ଓ ତାଲିମ୍ ଶିବିର ଉଦଘାଟିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଜରୁରିକାଳୀନ ଅଧିକାରୀ ମୌସୁମୀ ନାୟକ ଯୋଗ ଦେଇ ଥିବାବେଳେ ଅଧକ୍ଷା ଜିଲ୍ଲା ପରିଷଦ ଭଗବତୀ ଭତ୍ର।, ନବରଙ୍ଗପୁରର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର , ତହସିଲଦାର ରବୀନ୍ଦ୍ର ରାଉତ , ଜିଲ୍ଲା ପରିଷଦ ସଭ୍ୟ। ମମତା ଭତ୍ର।  ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ । କାର୍ୟ୍ୟକ୍ରମରେ ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ବିନୋଦ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିବାବେଳେ ଯୁବ ରେଡ୍ କ୍ରସ ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ମଞ୍ଚ ପରିଚାଳନା କରିଥିଲେ ।ଶେଷରେ ଜିଲ୍ଲା ଯୁବ ରେଡ କ୍ରସ ସଂଯୋଜକ ଅଖିଳ କୁମାର ଭଟ୍ଟ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ତିନିଦିନିଆ କାର୍ୟ୍ୟକ୍ରମରେ ନବରଙ୍ଗପୁର ମହାବିଦ୍ୟାଳୟ ସହିତ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ନବରଂଗପୁର ଡିଗ୍ରୀ ମହିଳା ମହାବିଦ୍ୟାଳୟ ର ରେଡ଼କ୍ରସ ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମ ରେ ରେଡକ୍ରସ୍ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଯଥା ରେଡକ୍ରସ ର ଇତିହାସ , ମୌଳିକ ନୀତି ,ରକ୍ତଦାନ ,ପ୍ରାଥମିକ ଚିକିତ୍ସା ପ୍ରଣାଳୀ ,ସଡ଼କ ସୁରକ୍ଷା , ସ୍ୱଚ୍ଛ ଭାରତ ଭଳି ଅନେକ ବିଷୟରେ ସ୍ବେଛାସେବୀ ମାନଙ୍କୁ ତାଲିମ୍ ଦିଆଯିବ। ସର୍ବ ପ୍ରଥମେ ମହାବିଦ୍ୟାଳୟର ଅଧକ୍ଷ ଡ ବିନୋଦ ଚନ୍ଦ୍ର ନାୟକ ରେଡକ୍ରସ ର ପତାକା କୁ ଉତୋଳନ କରି ସ୍ବେଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ। ରେଡକ୍ରସ୍ ର ଜିଲ୍ଲା ଆବାହକ ଡ ଭାସ୍କର ନାଥ ବିଶ୍ଵାଳ ଜିଲ୍ଲା ସଂଯୋଜକ ଅଖିଳ କୁମାର ଭଟ୍ଟ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ୟ୍ୟକ୍ରମ ରେ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା , ଅଧ୍ୟାପକ ମହମ୍ମଦ ଜାହାଙ୍ଗିର, ଅଧ୍ୟାପିକା ମାନସୀ ମହାପାତ୍ର, ଅଧ୍ୟାପକ ଅଶ୍ୱିନୀ ବେହେରା, ଅଧ୍ୟାପିକା ରଜନୀ ମିଞ୍ଜ, ଅଧ୍ୟାପିକା ନିର୍ମଳା ହିକକ୍କା ,ଅଧ୍ୟାପକ ଜିତେନ୍ଦ୍ର ରଥ ,ପ୍ରାଧ୍ୟାପକ ଡ଼ଃ.ନୀଳାଚଳ ମିଶ୍ର ପ୍ରମୁଖ କାର୍ୟ୍ୟକ୍ରମରେ ସହାୟତା କରିଥିଲେ। । ଆଜିର କାର୍ୟ୍ୟକ୍ରମ ବିଷୟ ପ୍ରଶିକ୍ଷକ ଭାବେ ଜିଲ୍ଲା ରେଡକ୍ରସ ସଂଯୋଜକ ଅଖିଳ କୁମାର ଭଟ୍ଟ ରେଡକ୍ରସ ର ଇତିହାସ ଓ ନୀତି ନିୟମ ଏବଂ ଅପରାହ୍ନରେ ଅନ୍ୟତମ ପ୍ରଶିକ୍ଷିକା ଡ. ୱାଇ . ଭେଙ୍କେଟେଶ୍ୱରୀ ରକ୍ତ ଦାନର ମହତ୍ତ୍ଵ ସମ୍ବନ୍ଧରେ ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷ ପର୍ୟ୍ୟାୟରେ ସ୍ବେଛାସେବୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ କର୍ମଚାରୀ ସହଯୋଗ କରିଥଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories