www.samajalive.in
Monday, December 8, 2025
27.1 C
Bhubaneswar

ଗାଁର ଅପନ୍ତରାରେ ପାଠ ପଢୁଛନ୍ତି ପିଲେ

ନବରଙ୍ଗପୁର : ଜିଲା ଶିକ୍ଷା ବିଭାଗ ଦ୍ୱାରା ଅଲିଖିତ ନିର୍ଦ୍ଦେଶ ଦିଆଯାଇଛି। ଜିଲାର ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରତିଦିନ ସେମାନଙ୍କର ବିଦ୍ୟାଳୟଅଞ୍ଚଳର ଗାଁକୁ ଯାଇ ସେଠରେ ରହୁଥିବା ପ୍ରଥମରୁ ଅଷ୍ଟମଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇବେ। ଏହି ଅଲିଖିତ ନିର୍ଦ୍ଦେଶ ପାଇବା ପରେ ବ୍ଲକ ଶିକ୍ଷାଅଧିକାରୀ ମାନେ ସେମାନଙ୍କର ବିଆରସିସି ଓ ସିଆରସିସି ଜରିଆରେ ପ୍ରଧାନଶିକ୍ଷକଙ୍କର ବୈଠକ କରି ସମସ୍ତ ଶିକ୍ଷକଶିକ୍ଷୟତ୍ରୀମାନେ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ପ୍ରଧାନଶିକ୍ଷକଙ୍କର ମାନଙ୍କର ନିର୍ଦ୍ଦେଶ ଅନୁସରରେ ଗତ ସୋମବାର ଠାରୁ ଶିକ୍ଷକ ଶିକ୍ଷୟତ୍ରୀମାନେ ସେମାନଙ୍କର ବିଦ୍ୟାଳୟର ବିଭିନ୍ନ ଗାଁର ସାହିକୁ ଯାଇ ପାଠ ପଢାଉଛନ୍ତି। ଅଧକାଂଶ ଗାଁ ଗୁଡିକରେ ପିଲାଙ୍କୁ ପଠାପଢାଇବାପାଇଁ ସ୍ଥାନ ଅଭାବ କାରଣରୁ ସୋମନେ ଗଛମୂଳ, ଗାଁ ଦାଣ୍ଡ , ଗାଇ ଗୁହାଳ,ଘରର ବାରଣ୍ଡା, ପିଣ୍ଢା, ମକାବାଡ, ପଡିଆ ,ରୋଷେଇ ଘର ଇଦ୍ୟାଦି ଅପନ୍ତରାସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ ପାଠ ପଢାଉଥିବା ଦେଖିବାକୁ ମିଳିଛି।
କରୋନା କଟକଣା ଥିବାବେଳେ ତୃତୀୟଲହର କାରଣରୁ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି। ବିଶେଷ କରି ଛୋଟ ଛୋଟ ପିଲାମାନଙ୍କର ପ୍ରତି ବିପଦ ରହିଥିବା କୁହାଯାଇଛି। ତେବେ ଏହି ପାଠପଢା ପାଇଁ ସ୍ଥାନ ଅଭାବ କାରଣରୁ କରୋନା କଟକଣାକୁ ମାନି ପିଲାମାନଙ୍କୁ ସାମଜିକ ଦୂରତାରେ ବସାଯାଉନି। ଫଳରେ ସରକାରଙ୍କର ନିର୍ଦ୍ଦେଶକୁ ବେଖାତିର କରାଯାଉଥିବା ଅଭିଯୋଗ ହୋଇଛି। ପିଲା ମାନଙ୍କର ଶିକ୍ଷା ଦାନ କେନ୍ଦ୍ର ସ୍ୱଚ୍ଛ ଓ ସଫାସୁତରା ରହୁନଥିବାବେଳେ କେତେକ ଗାଁର ପିଲାମାନଙ୍କୁ ବସିବାକୁ ଆସନ ମଧ୍ୟ ଦିଆଯାଉନି। ରାସ୍ତା ଉପରେ ପିଲାମାନଙ୍କୁ ବିଦ୍ୟାଳୟ ପୋଷାକରେ ବସାଇ ପାଠ ପଢାଯାଇଥିବାଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଅନ୍ୟ ଏକ ଗାଁରେ ଗାଇଗୋଠନିକଟରେ ପିଲା ମାନଙ୍କୁ ପାଠପଢାଉଥିବା ଜଣାଯାଇଛିା ଅପରିସ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପିଲାମାନେ କିଭଳି ପାଠ ପଢିବେ ଏଥିପ୍ରତି କାହାର ଦୃଷ୍ଟି ନାହିଁ। ତେବେ ରାଜ୍ୟସରକାରଙ୍କର କୈାଣସି ଲିଖିତ ନିର୍ଦ୍ଦେଶ ନଥିବାବେଳେ ଜିଲା ଶିକ୍ଷାବିଭାଗର ଚାପରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଭୟରେ ଗାଁ କୁଗାଁ ଓ ସାହିକୁ ସାହି ଯାଇ ସେମାନଙ୍କର ବିଷୟ ଅନୁସାରେ ପାଠପଢାଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି। ତେବେ ଜିଲାକୁ କୋରାନା ମୁକ୍ତ ଭବେ ଘୋଷଣା କରାଯାଇନଥିବାବେଳେ ସମ୍ବେଦନଶୀଳ ଥିଲେ ହେଁ ଛୋଟଛୋଟ ପିଲାମାନଙ୍କୁ ଏକାଠି କରି ପାଠ ପଢାଉଥିବାନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି। ବିଦ୍ୟାଳୟ ଖୋଲିନଥିବାବେଳେ ଗାଁଗାଁରେ ପାଠପଢା ଯାଉଛି । ଜିଲାଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀ ରାଜ୍ୟଶିକ୍ଷା ବିଭାଗର ଆଭାଷୀ ବୈଠକରେ ଏହି ଶିକ୍ଷାଦାନ ପାଇଁ ମୈାଖିକ ନିର୍ଦ୍ଦେଶ ଦିଆଇଥିବା କହିଛନ୍ତି। ତେବେ ଏହାକୁ ନେଇ ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତିବ୍ର ବିରୋଧ କରାଯାଇଛି। କରୋନା ସମୟରେ ଛୋଟପିଲା ମାନଙ୍କୁ ଏଭଳି ଅପନ୍ତରାସ୍ଥାନଗୁଡିକରେ ଶିକ୍ଷାଦାନ ଗ୍ରହଣ ଯୋଗ୍ୟ ନୁହଁ ବୋଲି ସଂଘର ଜିଲାସାଧାରଣ ସମ୍ପାଦକ ରମଣୀ ରଞ୍ଜନ ତ୍ରିପାଠୀ କହିଛନ୍ତି। ଯଦି କରୋନା ବ୍ୟାପେ ତାହା ହେଲେ କିଏ ଦାୟୀ ରହିବ ବୋଲି ଓଲଟା ପ୍ରଶ୍ନ କରିଛନ୍ତି।ତେବେ ଏହାକୁ ଶିକ୍ଷକ ସଂଘ ବିରୋଧ କରି ଜିଲାପାଳଙ୍କୁ ଭେଟି ଲିଖିତ ଭାବେ ପ୍ରତିବାଦ ଜଣାଇବେ ବୋଲି କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories