www.samajalive.in
Monday, December 8, 2025
20.1 C
Bhubaneswar

ଉତ୍କଳ ହସ୍ପିଟାଲରେ ପୋଷଣ ମାସ ପାଳନ

ଭୁବନେଶ୍ୱର : ଖାଦ୍ୟ ଓ ପୋଷଣ ହେଉଛି ସ୍ୱାସ୍ଥ୍ୟକର ପଦାର୍ଥର ଏକ ଆଧାରବିନ୍ଦୁ ଏବଂ ଉତ୍କଳ ହସ୍ପିଟାଲ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନେଉଛି। ଭାରତ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଜାତୀୟ ପୋଷଣ ମାସ ପାଳନ କରୁଥିବାରୁ, ଉତ୍କଳ ପରିବାର ଗତ ସେପ୍ଟେମ୍ବର ୧୮ ତାରିଖରେ ପୋଷଣ ଓ ୱେଲନେସ୍ ବିଭାଗ ଦ୍ୱାରା ଆୟୋଜିତ ନ୍ୟୁଟ୍ରିଶନ ବୁଟ୍ କ୍ୟାମ୍ପ୍ ପରିଚାଳନା କରି ଏହାକୁ ପାଳନ କରିବା ପାଇଁ ଆଉ ପାଦେ ଆଗକୁ ବଢିଛି। ଚଳିତ ବର୍ଷର ବିଷୟବସ୍ତୁ ‘ଆରମ୍ଭରୁ ସଠିକ ଖାଦ୍ୟ ଖାଆନ୍ତୁ’କୁ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଚିତ୍ରଣ କରାଯାଇଥିଲା, ଯାହାକୁ ସାଧାରଣ ଜନତାଙ୍କ ପାଇଁ ଖାଦ୍ୟ ପ୍ରଦର୍ଶନୀ, ପୋଷ୍ଟର ଉପସ୍ଥାପନା, ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଲୋଚନା ଓ ମାଗଣା ଆହାର ପରାମର୍ଶ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏଠାରେ ଇଂଟ୍ରାୟୁଟେରାଇନ ବିକାଶଠାରୁ ଆରମ୍ଭ କରି ଶୈଶବ, ବାଲ୍ୟାବସ୍ଥା, କିଶୋର ଅବସ୍ଥା, ଯୌବନ ଅବସ୍ଥା, ଗର୍ଭାବସ୍ଥା ଓ ବୃଦ୍ଧାବସ୍ଥା ଆଦି ଜୀବନର ଭିନ୍ନ ଭିନ୍ନ ପର୍ଯ୍ୟାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ପୋଷଣ ତତ୍ୱଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂ ସର୍ବୋତମ ଖାଦ୍ୟ ଉଦାହରଣଗୁଡିକୁ ଉପସ୍ଥାପନ କରାଯାଇଥିଲା। ଏହାବ୍ୟତୀତ ଏହି ଅବସରରେ ୱାକାଥନ୍ ଆୟୋଜନ ମଧ୍ୟ କରାଯାଇଥିଲା ଯେଉଁଥିରେ ଉତ୍କଳ ପରିବାର ଶାରୀରିକ ଗତିବିଧିକୁ ସ୍ୱାସ୍ଥ୍ୟ ଓ ସୁସ୍ଥତାର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ପ୍ରୋତ୍ସାହିତ କରିବା ଲାଗି ୩ କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ଏହି ଅବସରରେ ଉତ୍କଳ ହସ୍ପିଟାଲ, ଭୁବନେଶ୍ୱରର ସିଓଓ ଡଃ ଆଲୋକ ଲୋଧ କହିଛନ୍ତି ଯେ, ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଥିବାରୁ ଏବଂ ପୁଷ୍ଟିକର ଖାଦ୍ୟ ଏକ ସୁସ୍ଥ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଉତ୍କଳ ହସ୍ପିଟାଲରେ ଆମେ ଏକ ବୁଟ୍ କ୍ୟାମ୍ପ୍ ମାଧ୍ୟମରେ ଏହି ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିଥିଲୁ ଯେଉଁଠାରେ ଖାଦ୍ୟର ପୁଷ୍ଟିକର ମୂଲ୍ୟକୁ ପ୍ରଦର୍ଶିତ କରାଯିବା ସହିତ ଏକ ୱାକାଥନ୍ର ଆୟୋଜନ ମଧ୍ୟ କରାଯାଇଥିଲା। ଏହି ୱାକାଥନରେ ପ୍ରାୟ ୧୫୦ ଜଣ ଅଂଶଗ୍ରହଣ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories