www.samajalive.in
Friday, December 5, 2025
23.1 C
Bhubaneswar

ସଂସ୍କୃତରେ ପିଏଚ୍‌ଡି ହାସଲ କଲେ ମୁସଲମାନ ଛାତ୍ରୀ

ଜଣେ ମୁସଲମାନ ଛାତ୍ରୀ ସଂସ୍କୃତ ଭାଷାରେ ପିଏଚଡି ହାସଲ କରିଛନ୍ତି। ତାଙ୍କ ନାମ ହେଉଛି ସଲ୍‌ମା କୁରେଶୀ। ୨୬ ବର୍ଷୀୟା ସଲ୍‌ମା ଶିକ୍ଷକ-ଶିଷ୍ୟ ପରମ୍ପରା ଉପରେ ନିଜର ସନ୍ଦର୍ଭ ପ୍ରସ୍ତୁତ କରି ଗୁଜରାଟ ବିଶ୍ଵବିଦ୍ୟାଳୟରୁ ପିଏଚଡି ହାସଲ କରିଛନ୍ତି। ତାଙ୍କ ସନ୍ଦର୍ଭର ନାମ ହେଉଛି ‘ପୁରାଣେଶୁ ନିରୁପିତା ଶିକ୍ଷା ପଦ୍ଧତି ଏକମ୍‌ ଅଧ୍ୟୟନ’।

Image Courtesy: DNA India

ସଲ୍‌ମା ଗୁଜରାଟ ବିଶ୍ଵବିଦ୍ୟାଳୟ(ଜିୟୁ)ରେ ସଂସ୍କୃତ ବିଭାଗରେ ଅଧ୍ୟୟନ କରୁଥିଲେ। ସେ ଅତୁଲ ଉନଗରଙ୍କ ତତ୍ଵାବଧାନରେ ଡକ୍ଟରେଟ ହାସଲ କରିଛନ୍ତି। ଭବନଗର ବିଶ୍ୱବିଦ୍ୟାଳୟରୁ ସେ ଏମଏରେ ସ୍ୱର୍ଣ୍ଣ ପଦକ ପାଇବା ସହିତ ସୌରାଷ୍ଟ୍ର ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। ସେ ୨୦୧୭ରେ ଜିୟୁର ପିଏଚଡି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏବଂ ଡକ୍ଟରେଟ୍‌ ଗବେଷଣା ଲାଗି ତାଙ୍କୁ ୩ ବର୍ଷ ସମୟ ଲାଗିଥିଲା।

- Advertisement -

ସଲ୍‌ମା କହିଛନ୍ତି ଯେ, ବେଦ, ଉପନିଷଦ ଏବଂ ପୁରାଣରେ ଚିତ୍ରିତ ହୋଇଥିବା ଶିକ୍ଷକ-ଶିଷ୍ୟ ପରମ୍ପରାର ବିଷୟ ଉପରେ ତାଙ୍କର ଅନୁସନ୍ଧାନ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ସ୍କୁଲରେ ପଢ଼ିବା ଦିନଠାରୁ ସଂସ୍କୃତ ଭାଷା ପ୍ରତି ଆକର୍ଷିତ ହୋଇଥିଲି। ମୁଁ ବେଦ ଏବଂ ପୁରାଣ ଅଧ୍ୟୟନ କରିବାକୁ ପସନ୍ଦ କରେ। ମୋର ଉଚ୍ଚ ଅଧ୍ୟୟନ ପାଇଁ ସଂସ୍କୃତ ଭାଷା ଗ୍ରହଣ କରିବାରେ ମୋର ପରିବାର ପକ୍ଷରୁ କୌଣସି ଆପତ୍ତି ନ ଥିଲା।’

ସେ ଆହୁରି କହିଛନ୍ତି, ହିନ୍ଦୁ ଧାର୍ମିକ ଶାସ୍ତ୍ର ସଂସ୍କୃତରେ ଉଲ୍ଲେଖ ହୋଇଥିବାରୁ ଏହା ଦେବତାମାନଙ୍କର ଭାଷା ବୋଲି ବିଶ୍ୱାସ କରାଯାଏ। ମୋର ବିଶ୍ୱାସ ଯେ ଭାଷାର କୌଣସି ଧର୍ମ ସହିତ କିଛି ସମ୍ପର୍କ ନାହିଁ। ଛାତ୍ରମାନେ ଯେକୌଣସି ଭାଷାରେ ଅଧ୍ୟୟନ କରିପାରିବେ। ଏଥିପାଇଁ ସେମାନଙ୍କର ନିଜସ୍ବ ପସନ୍ଦର ଭାଷା ଚୟନ କରିବାର ସ୍ୱାଧୀନତା ରହିବା ଉଚିତ୍।

ସଲ୍‌ମା କହିଛନ୍ତି, ପ୍ରାଚୀନ କାଳରେ ଶିକ୍ଷକ-ଶିଷ୍ୟ ପରମ୍ପରା ଥିଲା, ଯେଉଁଥିରେ ଛାତ୍ରମାନଙ୍କୁ ସମାଜରେ ସମସ୍ତଙ୍କୁ ସମ୍ମାନ ଦେବାର ଶିକ୍ଷା ଦିଆଯାଉଥିଲା। ଏହି ଶିକ୍ଷା ଏବେ ଦେଖିବାକୁ ମିଳୁନାହିଁ। ମୋ ମତରେ ସଂସ୍କୃତକୁ ବାଧ୍ୟତାମୂଳକ ଭାଷା ଭାବେ ଶିକ୍ଷା ଦିଆଯିବା ଉଚିତ୍। ମୁଁ ସଂସ୍କୃତ ଶିକ୍ଷକ ହେବାକୁ ଚାହୁଁଛି। ସରକାର ଉଦ୍ୟମ କଲେ ଭାଷା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରିବ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories