www.samajalive.in
Saturday, December 6, 2025
26.1 C
Bhubaneswar

ପାହାଡ଼ରୁ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ଆସାମୀ ଗିରଫ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତର ଲାମ୍ବେରି ଗାଁ ନିକଟ ହୋମା ଝୋଲା ପାହାଡ଼ରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର ଘଟଣାରେ ଆଜି ସ୍ଥାନୀୟ ପୁଲିସ ଗଙ୍ଗା ରାଓ ନାଚିକା (୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହ ପୁଲିସ ହତ୍ୟା ମାମଲା ରୁଜ୍ଜୁ କରିଥିବା ଜଣାପଡିଛି।

ଗତ ୨୦ ତାରିଖ ଅପରାହ୍ନ ସମୟରେ ଲାମ୍ବେରି ଗାଁ ନିକଟ ହୋମାଝୋଲା ପାହାଡ଼କୁ ସଲାପ ମଦ ଆଣିବା ପାଇଁ ୩ ଜଣ ଯୁବକ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ପାଟି ତୁଣ୍ଡ ହେବାରୁ ଗଙ୍ଗା ରାଓ ନାଚିକା ଏକ ଟାଙ୍ଗିଆରେ ସାଇବୁ ମାଣ୍ଡିକାକୁ ଆକ୍ରମଣ କରିଥିଲା ଫଳରେ ସାଇବୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ସାଙ୍ଗମାନେ ଘରକୁ ଫେରି ଆସିଥିଲେ। ସାଇବୁ ରାତ୍ର ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ୨୧ ତାରିଖ ସକାଳୁ ଗାଁର କିଛି ଲୋକ କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସାଇବୁର ମୃତ ଦେହ ପଡ଼ିଥିବା ଦେଖି ପରିବାରକୁ ସୂଚନା ଦେଇଥିଲେ। ମୃତକଙ୍କ ବାପାଙ୍କ ଡାଳକୁ ଭିତ୍ତି କରି ସ୍ଥାନୀୟ ପୁଲିସ ତଦନ୍ତ କରି ଗଙ୍ଗା ରାଓକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories