ମୁମ୍ବଇ : ରାଜକୁମାର ହିରାନୀ ନିର୍ଦେଶିତ ‘ମୁନ୍ନା ଭାଇ ଏମ୍ବିବିଏସ୍’ ଓ ‘ଲଗେ ରହୋ ମୁନ୍ନାଭାଇ’ ବକ୍ସ ଅଫିସ୍ରେ ସୁପରହିଟ୍ ହେବା ସହ ଦର୍ଶକଙ୍କୁ ହସାଇହସାଇ ବେଦମ୍ କରିଥିଲା। ହିରାନୀ ଏହାର ତୃତୀୟ ଭାଗ ନିର୍ମାଣର ଯୋଜନାରେ ଥିବା ସମୟରେ ହିଁ ସଞ୍ଜୟ ଦତ୍ତ ଜେଲ୍ ଯାଇଥିଲେ। ଏବେ ନିର୍ଦେଶକ ନିଜ ତୃତୀୟ ଭାଗର ଶୁଭାରମ୍ଭର ଯୋଜନା ପ୍ରସ୍ତୁତ କରିସାରିଲେଣି। ଚଳଚ୍ଚିତ୍ରର ଦୁଇ ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ ଓ ଅରଶାଦ୍ ୱାରସୀ ଅଭିନୟ କରିବେ। ଏକ ସାକ୍ଷାତକାର୍ରେ ଅରଶାଦ୍ ହିଁ ସ୍ପଷ୍ଟ କରାଇଛନ୍ତି ଯେ ଆସନ୍ତା ବର୍ଷ ସୁଦ୍ଧା ଏଇ ଚଳଚ୍ଚିତ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସଞ୍ଜୟ ନିଜ ହୋମ୍ ପ୍ରଡକ୍ସନ୍ରେ ବ୍ୟସ୍ତ ଥିବା କାରଣରୁ ମୁନ୍ନା ଭାଇ-୩ର ଆରମ୍ଭ କାର୍ଯ୍ୟ ବିଳମ୍ବ ହେଉଛି ବୋଲି ପ୍ରକାଶ।
Popular Categories



