www.samajalive.in
Saturday, December 6, 2025
26.1 C
Bhubaneswar

ଦାଉଦ ଇବ୍ରାହିମର ପୁତୁରା ରିଜୱାନ କାସକାର ଗିରଫ

ମୁମ୍ବଇ : ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ପୁତୁରା ରିଜୱାନ କାସକାରକୁ ମୁମ୍ବଇ ପୁଲିସ୍‍ ଏକ ବଳପୂର୍ବକ ବଟି ଆଦାୟ ମାମଲାରେ ଗିରଫ କରିଛି। ମୁମ୍ବଇ ପୁଲିସର ଜଣେ ଅଧିକାରୀ ଗୁରୁବାର କହିଛନ୍ତି ଯେ ଦାଉଦର ଭାଇ ଇକବାଲ କାସକାରର ପୁଅ ରିଜୱାନକୁ ମୁମ୍ବଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି। ସେ ଦେଶ ଛାଡ଼ି ଅନ୍ୟତ୍ର ପଳାଇବାକୁ ଚେଷ୍ଟା କରୁଥିବାବେଳେ ଏହି ଗିରଫଦାରୀ ହୋଇଛି।
ସୂଚନା ଅନୁସାରେ ୨ ଦିନ ପୂର୍ବରୁ ମୁମ୍ବଇ ପୁଲିସ ଅପରାଧିକ ଶାଖା ଦାଉଦ ଇବ୍ରାହିମ ଗ୍ୟାଙ୍ଗର ସଦସ୍ୟ ଫହିମ ମଚମଚର ଘନିଷ୍ଠ ଅହମଦ ରାଜାକୁ ମୁମ୍ବଇ ବିମାନ ବନ୍ଦରରୁ ଗିରଫ କରିଥିଲା। ପଚରାଉଚୁରାରୁ ରିଜୱାନ ନାମ ସାମ୍ନାକୁ ଆସିଥିଲା। ଏହି ସୂଚନା ଆଧାରରେ ବୁଧବାର ମୁମ୍ବଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରିଜୱାନକୁ ଗିରଫ କରାଯାଇଛି। ପୁଲିସ୍‍ ସୂଚନା ଅନୁସାରେ ଅହମଦ ରାଜା ଦାଉଦ ଇବ୍ରାହିମର ହାୱାଲା କାରବାର ସମ୍ମାଳୁଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories