www.samajalive.in
Monday, December 8, 2025
27.1 C
Bhubaneswar

ସାନ ଭାଇଙ୍କୁ ଜେଲ ଯିବାରୁ ବଞ୍ଚାଇଲେ ମୁକେଶ ଅମ୍ବାନୀ

ମୁମ୍ବଇ: ଅନୀଲ ଅମ୍ବାନୀଙ୍କୁ ଜେଲ ଯିବାରୁ ରକ୍ଷା କରିଛନ୍ତି ବଡ଼ ଭାଇ ମୁକେଶ ଅମ୍ବାନୀ। ପାରିବାରିକ ବିବାଦକୁ ପଛରେ ପକାଇ ଅନୀଲ ଅମ୍ବାନୀଙ୍କ ବିପଦ ସମୟରେ ମୁକେଶ ଅମ୍ବାନୀ ସହାୟତାର ହାତ ବଢ଼ାଇ ନିଜ ବଡ଼ ଭାଇର କର୍ତ୍ତବ୍ୟ ପାଳନ କରିଛନ୍ତି। ଫଳରେ ରିଲାଏନ୍ସ କମ୍ୟୁନିକେଶ ଏବଂ ଏରିକ୍ସନ ବିବାଦ ମାମଲାରୁ ଅନୀଲଙ୍କୁ ମୁକ୍ତି ମିଳିଛି।

ସୂଚନା ମୁତାବକ,  ରିଲାଏନ୍ସ କମ୍ୟୁନିକେଶନଠାରୁ ୪୫୩ କୋଟିର ବକେୟା ଅର୍ଥ ଦାବି କରି ଟେଲିକମ ଉପକରଣ ନିର୍ମାତା ସୁଇଡିଶ କମ୍ପାନୀ ଏରିକ୍ସନ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲା। ସୁପ୍ରିମକୋର୍ଟ ମାମଲାର ବିଚାର କରି ଏରିକ୍ସନକୁ ସୁଧ ସହ ୪୫୮.୭୭ କୋଟି ଟଙ୍କାର ବକେୟା ଅର୍ଥ ପ୍ରଦାନ କରିବାକୁ ଗତ ଫେବୃୟାରୀ ୧୯ରେ ରିଲାଏନ୍ସ କମ୍ୟୁନିକେଶନକୁ ନିର୍ଦେଶ ଦେଇଥିଲେ। ୪ ସପ୍ତାହ ମଧ୍ୟରେ ସମସ୍ତ ଅର୍ଥ ଦେବାକୁ କହିଥିଲେ। ନଚେତ ଜେଲ ଯିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ରିଲାଏନ୍ସ କମ୍ୟୁନିକେଶନ ଅଧ୍ୟକ୍ଷକ ଅନୀଲ ଅମ୍ବାନୀଙ୍କୁ ଚେତାବନୀ ଦେଇଥିଲେ। ଫଳରେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ରିଲାଏନ୍ସ କମ୍ୟୁନିକେଶନ ପାଇଁ ଏହା ଚିନ୍ତାର ବିଷୟ ପାଲଟିଥିଲା। ଏଭଳି ଘଡ଼ସନ୍ଧି ମୁହୂର୍ତ୍ତରେ ଅନୀଲ ଅମ୍ବାନୀ ବଡ଼ ଭାଇ ମୁକେଶ ଅମ୍ବାନୀ ଏବଂ ଭାଉଜ ନୀତା ଅମ୍ବାନୀଙ୍କୁ ସହାୟତା ମାଗିଥିଲେ। ସେମାନେ ଅନୀଲ ଅମ୍ବାନୀଙ୍କୁ ସହାୟତା କରିବାକୁ ଆଗେଇ ଆସିବା ଫଳରେ କୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ସମୟର ଦିନକ ପୂର୍ବରୁ ରିଲାଏନ୍ସ କମ୍ୟୁନିକେଶନ ଏରିକ୍ସନ କମ୍ପାନୀକୁ ସୁଧ ସହିତ ବକେୟା ୪୫୮.୭୭ କୋଟି ଟଙ୍କା ପ୍ରଦାନ କରିଛି। ଏହି ସହାୟତା ପାଇଁ ଅନୀଲ ଅମ୍ବାନୀ ବଡ଼ ଭାଇ ଏବଂ ଭାଉଜଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏଭଳି ବିପଦ ସମୟରେ ବଡ଼ ଭାଇ ପୁରୁଣା ବିବାଦକୁ ଭୁଲି ସହାୟତା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories