www.samajalive.in
Saturday, December 6, 2025
23.1 C
Bhubaneswar

ଏମଡିଏଚ ମସଲା କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଏମଡିଏଚ ମସଲା କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କ ଦେହାନ୍ତ ହୋଇଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ସକାଳ ୫.୩୮ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା।

ସୂଚନାଯୋଗ୍ୟ ଏମଡିଏଚ ମସଲା କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀ କିଛି ଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ସେ କରୋନାରୁ ଆରୋଗ୍ୟ ଲାଭ କରିଥିଲେ। ଗତ କିଛି ଦିନ ହେବ ଅସୁସ୍ଥ ହୋଇଥିଲେ ଧର୍ମପାଲ ଗୁଲାଟୀ। ଏହାପରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା। ସେଠାରେ ପ୍ରାୟ ୩ ସପ୍ତାହ ଧରି ଚିକିତ୍ସାଧିନ ଅବସ୍ଥାରେ ରହିବା ପରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।

- Advertisement -

ଦଲାଜୀ’ ଏବଂ ‘ମହାଶାଜୀ’ ନାମରେ ଜଣାଶୁଣା ଧର୍ମପାଲ ଗୁଲାଟୀ ୧୯୨୩ ମସିହାରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ। ମଧ୍ୟଭାଗରୁ ବିଦ୍ୟାଳୟ ଛାଡିଥିବା ଧର୍ମପାଲ ଗୁଲାଟୀ ପ୍ରଥମ ଦିନରେ ପିତାଙ୍କ ମସଲା ବ୍ୟବସାୟରେ ଜଡିତ ହୋଇଥିଲେ। ୧୯୪୭ ରେ ବିଭାଜନ ପରେ ଧରମପାଲ ଗୁଲାଟୀ ଭାରତକୁ ଯାଇ ଅମୃତସରର ଏକ ଶରଣାର୍ଥୀ ଶିବିରରେ ରହିଲେ। ଏହା ପରେ ସେ ଦିଲ୍ଲୀ ଯାଇ ଦିଲ୍ଲୀର କରୋଲ ବାଗରେ ଏକ ଷ୍ଟୋର ଖୋଲିଥିଲେ। ଗୁଲାଟୀ ଭାରତରେ ଆନୁଷ୍ଠାନିକ ଭାବରେ ୧୯୫୯ ରେ କମ୍ପାନୀ ପ୍ରତିଷ୍ଠା କରିଥିଲେ। ତେବେ ଏହି ବ୍ୟବସାୟରେ ମଧ୍ୟ ତାଙ୍କୁ ଅନେକ ଉତଥାନ-ପତନ ଦେଇ ଗତି କରିବାକୁ ପଡିଛି । ଏମଡିଏଚ ମସଲାର ବିଜ୍ଞାପନରେ ଦେଖାଯାଉଥିବା ଧର୍ମପାଲ ଗୁଲାଟୀ ଜଣେ ଭଲ ଉଦ୍ୟୋଗପତି ଥିଲେ । ଏହି ବ୍ୟବସାୟ କେବଳ ଭାରତରେ ନୁହେଁ ବିଶ୍ବରେ ମଧ୍ୟ ବ୍ୟାପିଗଲା। ଏହା ଗୁଲାଟୀଙ୍କୁ ଭାରତୀୟ ମସଲାର ବିତରକ ଏବଂ ରପ୍ତାନିକାରୀ କରିଥିଲା ​।

ଗୁଲାଟୀଙ୍କ କମ୍ପାନୀ ବ୍ରିଟେନ, ୟୁରୋପ, ୟୁଏଇ, କାନାଡା ଇତ୍ୟାଦି ସହିତ ବିଶ୍ବର ବିଭିନ୍ନ ସ୍ଥାନକୁ ଭାରତୀୟ ମସଲା ରପ୍ତାନି କରେ।୨୦୧୯ ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ, ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଥିଲେ। ଏମଡିଏଚ ମସଲା କମ୍ପାନୀର ସୂଚନା ଅନୁସାରେଗୁଲାଟୀ ତାଙ୍କ ବେତନର ୯୦ ପ୍ରତିଶତ ଅର୍ଥ ଦାନ କରିଥାନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories