ଭୋପାଳ : ମଧ୍ୟପ୍ରଦେଶ ଉପ-ନିର୍ବାଚନରେ ଆସନ୍ତାକାଲି ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ମଙ୍ଗଳବାର ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ମତଦାନ ସମୟରେ କୋଭିଡ -୧୯ ନିର୍ଦ୍ଦେଶାବଳୀକୁ ଅନୁସରଣ କରାଯିବ। ସୋମବାର ଏନେଇ ରାଜ୍ୟର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅରୁଣ ତୋମର ସୂଚନା ଦେଇଛନ୍ତି।
ରାଜ୍ୟର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅରୁଣ ତୋମର କହିଛନ୍ତି ଯେ, ରାଜ୍ୟରେ ହେଉଥିବା ଉପନିର୍ବାଚନରେ ୨୮ଟି ଆସନ ପାଇଁ ୩୫୫ଜଣ ପ୍ରାର୍ଥୀ ରହିଛନ୍ତି। ମତଦାନ ସମୟରେ ସୁରକ୍ଷା ପରିଚାଳନା ପାଇଁ ପ୍ରାୟ ୩୩ହଜାର ସୁରକ୍ଷା କର୍ମୀ ନିୟୋଜିତ ରହିବେ। ମତଦାନର ଶେଷ ଏକ ଘଣ୍ଟାରେ କରୋନା ରୋଗୀ ଭୋଟ ଦେବେ ବୋଲି ତୋମର କହିଛନ୍ତି।
ମଧ୍ୟପ୍ରଦେଶ ଉପ-ନିର୍ବାଚନ: ଆସନ୍ତାକାଲି ୨୮ଟି ଆସନ ପାଇଁ ହେବ ଭୋଟ୍ ଗ୍ରହଣ, ଜଗିବେ ୩୩ହଜାର ସୁରକ୍ଷା କର୍ମୀ
Popular Categories



