www.samajalive.in
Wednesday, December 10, 2025
26.1 C
Bhubaneswar

୭୦ଶଯ୍ୟା ବିଶିଷ୍ଟ କୋଭିଡ ହେଲଥକେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଝାରସୁଗୁଡ଼ା ଜିଲା ପ୍ରଶାସନ ଓ ଏମ୍‌ସିଏଲ୍ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ

ଝାରସୁଗୁଡ଼ା : ଲଖନପୁର ବ୍ଲକର ବନ୍ଧବାହାଲ ଠାରେ ଏକ ୭୦ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଆଜି ଝାରସୁଗୁଡ଼ା ଜିଲା ପ୍ରଶାସନ ଓ ଏମ୍ ସି ଏଲ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଜିଲା କାର୍ଯ୍ୟାଳୟର ଡିଏମ୍‌ଏଫ ସମ୍ମିଳନୀ କକ୍ଷରେ ଜିଲାପାଳ ସରୋଜ କୁମାର ସାମଲ ଓ ଏମ୍‌ସିଏଲ୍‌ର ଡାଇରେକ୍ଟର ( ପର୍ସନାଲ ) କେଶବ ରାଓ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ । କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଏମ୍‌ସିଏଲ୍‌ ପକ୍ଷରୁ ସମସ୍ତ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସହମତି ପ୍ରକାଶ କରିଥିବାରୁ ଜିଲାପାଳ ଏମ୍‌ସିଏଲ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଡ଼ାଇରେକ୍ଟର ପର୍ସନାଲ ଶ୍ରୀ ରାଓ ଏହି ଅବସରରେ ମହାମାରୀ କରୋନାର ମୁକାବିଲା ପାଇଁ ଜିଲା ପ୍ରଶାସନର ତତ୍ତ୍ୱାବଧାନରେ ବନ୍ଧବାହାଲଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା କୋଭିଡ ହସ୍ପିଟାଲ ପାଇଁ ଏମ୍‌ସିଏଲ୍ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଥିଲେ । ଏମ୍‌ସିଏଲ୍‌ର ସି ଏସ ଆର ଫଣ୍ଡରୁ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଶ୍ରୀ ରାଓ କହିଥିଲେ । ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ( ସାଧାରଣ ) ପ୍ରଦୀପ କୁମାର ସାହୁ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲାପାଳ ( ରାଜସ୍ୱ ) ଲିଲି କୁମାରୀ କୁଲୁ , ପ୍ରକଳ୍ପ ନିର୍ଦ୍ଦେଶକ ( ପୁନର୍ବାସ ଓ ଥଇଥାନ ) ଆଲୋମଣି ସେଠୀ , ଡେପୁଟି କଲେକ୍ଟର ଅଶ୍ୱିନୀ କୁମାର ପଣ୍ଡା , ସି ଡି ଏମ୍ ଓ ଜଗଦୀଶ ଚନ୍ଦ୍ର ବାରିକ , ଏମ୍ ସି ଏଲର ସି ଏସ ଆର ସାଧାରଣ ପରିଚାଳକ ବି . ସାଇରାମ , ଚିଫ ଅଫ ମେଡିକାଲ ସର୍ଭିସେସ ଡ . ଡି ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories