www.samajalive.in
Monday, December 8, 2025
14.1 C
Bhubaneswar

ସକାଳେ ଉଠିବା ପରେ କରନ୍ତୁ ଏହି କାର୍ଯ୍ୟ ; ମିଳିବ ସଫଳତା

ଜୀବନରେ ହସଖୁସି ଓ ସୁଖସମୃଦ୍ଧି ପ୍ରାପ୍ତି ପାଇଁ ସଭିଏଁ ଖୁବ ପରିଶ୍ରମ କରିଥାଆନ୍ତି। ମାତ୍ର ଅନେକ ସମୟରେ ବହୁ ଚେଷ୍ଟା ପରେ ମଧ୍ୟ ସଫଳତା ମିଳିପାରିନଥାଏ। ସେହି ସମୟରେ ଖୁବ ହତାଶ ଅନୁଭବ ହୋଇଥାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା କିଛି ସରଳ ଉପାୟକୁ ଆପଣାନ୍ତୁ। ଏହାଦ୍ୱାରା ଜୀବନରେ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ସେହି କାର୍ଯ୍ୟ ସକାଳେ କରିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ଜାଣନ୍ତୁ….
ମାନ୍ୟତା ଅନୁଯାୟୀ, ସକାଳେ ଉଠିବା ମାତ୍ରେ ପ୍ରଥମେ ନିଜ ହସ୍ତ ପାପୁଲିକୁ ଦେଖନ୍ତୁ। ହସ୍ତର ପାପୁଲିରେ ମା’ଲକ୍ଷ୍ମୀ,ସରସ୍ୱତୀ ଓ ପ୍ରଭୁ ନାରୟଣଙ୍କ ବାସ ହୋଇଥାଏ। ବିଶ୍ୱାସର ସହ ଏପରି କରିବା ଦ୍ୱାରା ଭଗବାନଙ୍କ କୃପା ପ୍ରାପ୍ତି ହୋଇଥାଏ।
ସକାଳେ ପ୍ରଥମେ ଉଠି ମାତା-ପିତାଙ୍କ ଆଶୀର୍ବାଦ ନିଅନ୍ତୁ। କାର୍ଯ୍ୟରେ ଅସଫଳତା ଲାଗି ରହୁଥିଲେ ଏହାଦ୍ୱାରା ସଫଳତା ମିଳିଥାଏ।
ଧାର୍ମିକ ମାନ୍ୟତା ଅନୁଯାୟୀ, ଶାସ୍ତ୍ରରେ ଉଦୟଗାମୀ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ସକାଳୁ ଉଠି ସ୍ନାନ ପରେ ଓଁ ସୂର୍ଯ୍ୟାୟ ନମଃ, ମନ୍ତ୍ରର ଜପ କରି ଅର୍ଘ୍ୟ ପ୍ରଦାନ କରନ୍ତୁ। ପ୍ରାର୍ଥନା ମଧ୍ୟ କରନ୍ତୁ। ଫଳରେ ସକରାତ୍ମକ ଶକ୍ତି ସହ ସଫଳତା ମିଳିଥାଏ।
ଶାସ୍ତ୍ର ଅନୁଯାୟୀ, ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟି ଗାଈ ଓ ଶେଷ ରୁଟି କୁକୁର ପାଇଁ ରଖନ୍ତୁ। ଗାଈ ଓ କୁକୁରଙ୍କୁ ରୁଟି ଖାଇବାକୁ ଦିଅନ୍ତୁ।
ଘରୁ କାର୍ଯ୍ୟରେ ବାହାରକୁ ଯିବା ପୂର୍ବରୁ ଦହି-ଚିନି ଖାଇ ନିଶ୍ଚୟ ଯାଆନ୍ତୁ। ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ। ଅଧିକ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସଫଳ ହୋଇଥାଏ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories