www.samajalive.in
Thursday, December 11, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ: ଭାରତରେ ଅନୁପ୍ରବେଶ ପାଇଁ ସୀମାରେ ବସିଛନ୍ତି ୫୦୦ ବାଂଲାଦେଶୀ, ଅଟକାଇଛି ବିଏସଏଫ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବା ପରେ ଲୋକେ ଭାରତମୁହାଁ ହେବାରେ ଲାଗିଛନ୍ତି। ବିଶେଷକରି ପଶ୍ଚିମବଙ୍ଗ ସୀମାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପ୍ରଘଟ ହେବାରେ ଲାଗିଛି, ଯେଉଁଥିରେ ୫୦୦ରୁ ଅଧିକ ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରିବାକୁ ସୀମାରେ ଜଗି ବସିଛନ୍ତି। ହେଲେ ବିଏସଏଫ ଯବାନମାନେ ହସ୍ତକ୍ଷେପ କରିବାରୁ ସେମାନେ ସୀମା ଭିତରକୁ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି।


ତେବେ ଉକ୍ତ ଅନୁପ୍ରବେଶକାରୀମାନେ ବାଂଲାଦେଶର ପଞ୍ଚଗଡ଼ ଜିଲା ସୀମାନ୍ତରେ ରହିଛନ୍ତି। ସେମାନେ ଉକ୍ତ ସ୍ଥାନ ଛାଡ଼ି ଯାଉନାହାନ୍ତି। ପଶ୍ଚିମବଙ୍ଗର ଜଲପାଇଗୁଡ଼ି ସୀମାନ୍ତକୁ ଏହି ଅଞ୍ଚଳ ଲାଗିଛି। ସୁରକ୍ଷାରେ ସାମାନ୍ୟ କୋହଳ ହେଲେ ଭାରତରେ ପ୍ରବେଶ କରିବାକୁ ଯୋଜନା ଥିବା କୁହାଯାଉଛି। ଅନୁପ୍ରବେଶକାରୀମାନେ କହିଛନ୍ତି ଯେ, ବାଂଲାଦେଶୀ ମୁସଲମାନମାନେ ସେମାନଙ୍କ ଘର ପୋଡ଼ାଜଳା କରିଦେଇଛନ୍ତି। ସେଥିପାଇଁ ସେମାନେ ଜୀବନ ବଞ୍ଚାଇବା ଲାଗି ଭାରତରେ ଆଶ୍ରୟ ନେବାକୁ ଚାହୁଁଛନ୍ତି। ଗତ ମଙ୍ଗଳବାର ଏକ ବାଂଲାଦେଶୀ ଦମ୍ପତି ଜାଲ୍‌ କାଗଜପତ୍ର ଜରିଆରେ ଭାରତରେ ପ୍ରବେଶ ଉଦ୍ୟମ କରିବା ସମୟରେ ପଶ୍ଚିମବଙ୍ଗର କୁଚ୍‌ ବିହାର ଜିଲାର ଏକ ଚେକପୋଷ୍ଟରେ ଧରାପଡ଼ିଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories