www.samajalive.in
Tuesday, December 9, 2025
16.1 C
Bhubaneswar

ସୁଭଦ୍ରା ଯୋଜନା ପାଇଁ ଆବଶ୍ୟକ ସଂଖ୍ୟକ ଜନସେବା କେନ୍ଦ୍ର ପାଇଁ ଦାବି

ଗୁରୁଡିଝାଟିଆ: ସରକାରଙ୍କ ଜନକଲ୍ୟାଣକାରୀ ସୁଭଦ୍ରା ଯୋଜନା ପାଇଁ ମହିଳା ଓ ଯୁବତୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଏହି ଯୋଜନା ଆଣିଛନ୍ତି। ହେଲେ ଜନସେବା କେନ୍ଦ୍ରଗୁଡିକ ସଠିକ୍ ଭାବେ ଉପଲବ୍ଧ ନହେବା ଯୋଗୁଁଁ ଆବେଦନକାରୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କୁମାରପୁର ଏକ ବଡ ପଞ୍ଚାୟତ ହୋଇଥିବା ବେଳେ କାର୍ଯ୍ୟାଳୟ ଠାରୁ ଗାଁଗୁଡିକ ୭/୮ କିଲୋମିଟର ଦୂରରେ ରହିଛି। ବ୍ଲକ ପ୍ରଶାସନ ପକ୍ଷରୁ ଆବେଦନକାରୀଙ୍କୁ ସହଜରେ ସେବା ଉପଲବ୍ଧ କରିବା ପାଇଁ ୨ଟି ଜନସେବାକେନ୍ଦ୍ରକୁ ପଞ୍ଚାୟତ ପାଶ୍ୱବର୍ତ୍ତୀ ସ୍ଥାନରେ ସେବା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଯାହା ଦ୍ୱାରା କି ପ୍ରାୟ ଦୂରଦୂରାନ୍ତ ଗାଁ ଗୁଡିକରୁ ଆସୁôଥିବା ଆବେଦନକାରୀମାନେ ଉପକାର ପାଇବେ। ହେଲେ ଗାଁର ଶହଶହ ଆବେଦନକାରୀ ସ୍ୱଳ୍ପ ସମୟ ଭିତରେ ସେବା ପାଇବା ପାଇଁ ଆଉ ଏକ ଜନସେବା କେନ୍ଦ୍ର ସୁବିଧା ଯୋଗାଇ ଦେବାର ଆବଶ୍ୟକତା ରହିଛି। ନଚେତ୍ ଆବେଦନକାରୀମାନେ ଅସୁବିଧାର ସମ୍ମୁଖିନ ହେବେ। ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତର ବୁଦ୍ଧିଜୀବି ଓ ଅନେକ ନିର୍ବାଚିତ ପ୍ରତିନିଧି ପ୍ରଶାସନକୁ ନିବେଦନ କରିଛନ୍ତି ଯେ କୁମାରପୁର ଗାଁରେ ଆଉ ଏକ ଜନସେବା କେନ୍ଦ୍ର ସ୍ଥାପନ ହେଲେ ଆବେଦନକାରୀମାନେ ଉପକୃତ ହେବା ସହ ସରକାରୀଙ୍କ ମହତ ଯୋଜନାର ସୁଫଳ ପାଇପାରିବେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories