www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ସଂକଟ ମଧ୍ୟରେ ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : କରୋନା ସଂକଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲି ଅର୍ଥାତ ସୋମବାର ଠାରୁ ଆରମ୍ଭ ହେବ। ଇତି ଧ୍ୟରେ ଲୋକସଭାର ପାଞ୍ଚ ଜଣ ସାଂସଦ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ସାଂସଦଙ୍କୁ କରୋନା ଯାଞ୍ଚ କରାଯାଇଉଛି ଏବଂ ପାଞ୍ଚ ଜଣ ସାଂସଦଙ୍କ ରିପୋର୍ଟ ପଜିଟିଭ ଅଛି। ଅବଶିଷ୍ଟ ସାଂସଦଙ୍କ   ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ଅପରାହ୍ନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହିଭଳି ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ।

ତେବେ ଆସନ୍ତାକାଲି ବ୍ୟତୀତ ଅନ୍ୟ ସବୁଦିନ ରାଜ୍ୟସଭା ଅଧିବେଶନ ସକାଳେ ଏବଂ ଲୋକସଭା ବୈଠକ ଅପରାହ୍ନରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ସଦନରେ ଦୈନିକ ୪ ଘଣ୍ଟା ଲେଖାଏଁ କାର୍ଯ୍ୟକାଳ ରହିବ। ରାଜ୍ୟସଭା ପାଇଁ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୧ଟା ଏବଂ ଲୋକସଭା ପାଇଁ ଅପରାହ୍ଣ ୩ଟାର ୭ଟା ପର୍ୟ୍ୟନ୍ତ ବୈଠକ ଚାଲିବ। ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ମୋଟ ୧୮ଟି ବୈଠକରେ ୪୭ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହାଛଡା ଅଧିବେଶନ କାଳରେ ଅଧ୍ୟାଦେଶ ସ୍ଥାନରେ ୧୧ଟି ବିଲ୍‍କୁ ଉପସ୍ଥାପିତ ହେବ।
ଏହିସବୁ ବିଲ୍‍ ମଧ୍ୟରେ ରହିଛି -କୃଷକଙ୍କ ଉତ୍ପାଦ, ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ତଥା ସୁବିଧା ପ୍ରଦାନ) ବିଲ୍‍-୨୦୨୦, ଭାରତୀୟ ଭେଷଜ କେନ୍ଦ୍ରୀୟ ପରିଷଦ ସଂଶୋଧନ ବିଲ -୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ-୨୦୨୦, ବ୍ୟାଙ୍କିଙ୍ଗ୍‍ ନିୟାମକ ସଂଶୋଧନ-୨୦୨୦, ମହାମାରୀ ରୋଗ ସଂଶୋଧନ ବିଲ -୨୦୨୦, ମନ୍ତ୍ରୀମାନଙ୍କ ବେତନ ଓ ଭତ୍ତା ସଂଶୋଧନ ବିଲ-୨୦୨୦।
ଏହାଛଡା ଏହି ଅଧିବେଶନ କାଳରେ ଅନେକଗୁଡିଏ ନୂତନ ବିଲ୍‍ ଉପସ୍ଥାପନ କରାଯାଇ ଆଲୋଚନା ପରେ ଗୃହୀତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେଥିମଧ୍ୟରେ ରହିଛି, ଗୁଣାତ୍ମକମାନ ନିର୍ଣ୍ଣୟ ନିୟାମକ ସଂଶୋଧନ ବିଲ-୨୦୨୦, ଭବିଷ୍ୟନିଧି ନିୟାମକ ଏବଂ ବିକାଶ ପ୍ରାଧିକରଣ ସଂଶୋଧନ ବିଲ -୨୦୨୦, ଜାତୀୟ ସ୍ୱାସ୍ଥ୍ୟସେବା ଏବଂ ଆନୁଷଙ୍ଗିକ ବୃତ୍ତି କମିଶନ ବିଲ-୨୦୨୦, ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳରେ ସରକାର ସଂଶୋଧନ ବିଲ-୨୦୨୦, ବିଦେଶ ଅନୁଦାନ ନିୟାମକ ସଂଶୋଧନ ବିଲ୍‍-୨୦୨୦, କିଶୋରମାନଙ୍କୁ ନ୍ୟାୟପ୍ରଦାନ(ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା)ସଂଶୋଧନ ବିଲ୍‍-୨୦୨୦ ଏବଂ ଜାମ୍ମୁ କାଶ୍ମୀର ସରକାରୀ ଭାଷା ବିଲ୍‍-୨୦୨୦।

- Advertisement -

କୋଭିଡ୍‍-୧୯ ମହାମାରୀ ପୃଷ୍ଠଭୂମିରେ ଏହା ସଂସଦର ପ୍ରଥମ ଅଧିବେଶନ ହେବ। କୋଭିଡ୍‍-୧୯ ପାଇଁ ଜାରି ହୋଇଥିବା ନିୟମାବଳୀ ମୁତାବକ ଅଧିବେଶନ ଚଳାଇବା ନିମନ୍ତେ ସମସ୍ତ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories