www.samajalive.in
Wednesday, December 10, 2025
26.1 C
Bhubaneswar

ମୋହନାରେ ୭ ଘଣ୍ଟିଆ ବନ୍ଦ ସଫଳ

ମୋହନା : ମୋହନାରେ ଚାଷୀମାନଙ୍କ ଦ୍ୱାରା ଆହୂତ ଭାରତ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି । ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ଏହି ବନ୍ଦ କରାଯାଇଥିବାବେଳେ କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା। ସ୍ଥାନୀୟ ହାଇସ୍କୁଲ ଛକଠାରେ
ବ୍ୟାରିକେଟ କରାଯାଇ ସମସ୍ତ ପ୍ରକାର ଚାରିଚକିଆ ଯାନ, ଅଟୋ, ବାଇଚ୍ଚ ଆଦି ସମସ୍ତ ପ୍ରକାର ଗାଡିକୁ ଜାତୀୟ ରାଜପଥରେ ଚଳାଚଳ କରିବାର ନିଷେଧ କରାଯାଇଥିଲା । ସକାଳ ୭ରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇ ଥିଲା। ସହରରେ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିଥିଲା।ଏହି ବନ୍ଦ ପାଳନରେ ଅଡବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ, ଆଦିବାସୀ ନେତା ନିର୍ମଳ ପାଲ, ବ୍ଳକ୍ କଂଗ୍ରେସ ସଭାପତି ଶଙ୍କର ପ୍ରଧାନ, ଜୁନେଶ ଶବର,ଏଲିଅ ମଳିକ, ଗିରି ମଳିକ,ଲରେନ ନାୟକ, ମାର୍କ ଗମାଙ୍ଗ, ଶୁକୁ ଗମାଙ୍ଗ, ଦୁଃସାଶନ ନାୟକ ଆଦି ୧୦୦ରୁ ଉର୍ଦ୍ଧ୍ଵ କର୍ମୀ ସାମିଲ ଥିଲେ ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories