www.samajalive.in
Sunday, December 7, 2025
16.1 C
Bhubaneswar

ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

ମୋହନା: ବସୁଧା ଯୋଜନା ମାଧ୍ୟମରେ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ଯେପରି ପାନୀୟ ଜଳ ପାଇପାରିବେ ଓ କେହି ମଧ୍ୟ ସେଥିରୁ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି। ହେଲେ ମୋହନାବାସୀ ବହୁ ସମୟରେ ଜଳକଷ୍ଟ ଭୋଗୁଥିବା ଅଭିଯୋଗ କରିଛନ୍ତି। ରାତି ପାହିଲେ ପାଣି ପାଇଁ ବିଭିନ୍ନ ସାହିର ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାର କୋଟି କୋଟି ଟଙ୍କା ବିନିମୟ କରି କଲେଜ ଛକରେ ପାଣି ଟାଙ୍କି ସ୍ଥାପନ କରିଛନ୍ତି। ହେଲେ ବିଭିନ୍ନ ସାହିର ଲୋକମାନେ ପାଣି ପାଇବାରୁ ବଞ୍ଚିତ। ପାଣି ଟାଙ୍କିର ଓ ପାନୀୟ ଜଳ ଯୋଗାଣର ତଦାରଖ ଅଭାବରୁ ଅନେକ ସ୍ଥାନରେ ଲୋକଙ୍କ ନିକଟରେ ପହଞ୍ଚି ପାରୁନି ବିଶୁଦ୍ଧ ପାନୀୟ ଜଳ । ଯେତେବେଳେ ପାଣି ଆସୁଛି ତାହା ମଧ୍ୟ ସିଧା ସଳଖ ନଦୀର ଆବର୍ଜନା ପାଣି ଟାଙ୍କିକୁ ସିଧା ସଳଖ ଯାଇ ଘରୋଇ ପାଇପ ଯୋଗେ ସଂଯୋଗ ହୋଇ ଛଡା ଯାଉଛି। ଯାହାକି ପିଇବା ପାଇଁ ଅନୁପଯୋଗୀ । ଫିଲଟର ନଥିବାରୁ ବିଭିନ୍ନ ସମୟରେ ପାନୀୟ ଜଳରେ ବିଭିନ୍ନ ଆବର୍ଜନ ପଦାର୍ଥ ଆସୁଥିବା ଦେଖିବାକୁ ମିଳୁଛି। ଆବଶ୍ୟକ ମୁତାବକ ଅନୁଯାୟୀ ଲୋକେ ପାଣି ପାଇ ପାରୁନାହାନ୍ତି। କିନ୍ତୁ ପାନୀୟ ଜଳ ଲୋକଙ୍କ ପାଖରେ ନ ପହଞ୍ଚି ପାଇପ ଫାଟି ମୁଖ୍ୟ ରାସ୍ତାରେ ଭାସୁଛି । ଯାହା ଦ୍ୱାରା ରାସ୍ତା ମଧ୍ୟ ଖରାପ ହେବାରେ ଲାଗିଛି। କେବେ ମୋହନା ବାସୀ ବିଶୁଦ୍ଧ ପାନୀୟ ଜଳ ପାଇବେ ତାକୁ ଅପେକ୍ଷା କରି ଚାହିଁ ବସିଛନ୍ତି। ଆଗକୁ ଖରା ଦିନ ଆସୁଥିବା ବେଳେ ଏବେଠୁ ପାଣିର ସମସ୍ୟା ସ୍ଥାନୀୟ ଅଞ୍ଚଳରେ ଦେଖା ଦେଲାଣି। ପାନୀୟ ଜଳ ଯୋଗାଣ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories