www.samajalive.in
Monday, December 8, 2025
14.1 C
Bhubaneswar

ଜଙ୍ଗଲ ଜମି ଜବରଦଖଲକାରୀକୁ ଉଚ୍ଛେଦ ଦାବିରେ ୨୪ରେ ଅଡ଼ବା ବନ୍ଦ ସହ ଜାତୀୟ ରାଜପଥ ଅବରୋଧ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା ଗ୍ରାମରେ ଥିବା ମା’ ଠାକୁରାଣୀ ମନ୍ଦିର ପାର୍ଶ୍ୱରେ ଅଡ଼ବା ମୌଜା ପ୍ଲାଟ ନଂ୬୯୯କୁ ଦମାଦୁଆ ପଞ୍ଚାୟତର ଘୋଡ଼ାପଙ୍କା ଗ୍ରାମର କାମେଲ ନାୟକ ଜୋର ଜବରଦସ୍ତି କରି କିଛି ମୁଲ୍ୟବାନ ଗଛକୁ କାଟି ବିକ୍ରି କରି କୁଡ଼ିଆ କରି ରହିଛନ୍ତି। ଏପରିକି ଉକ୍ତ ଜାଗାରେ ପୂର୍ବରୁ ଅଡ଼ବା ଗ୍ରାମବାସୀ ବନ ବିଭାଗର ସାହାଯ୍ୟରେ ସେଠାରେ ଚାରା ରୋପଣ କରି ଆସୁଥିଲେ । କିଛି ମାସ ହେଲା ନାୟକ ଗଛ ଗୁଡିକୁ କାଟି ଜଙ୍ଗଲ ନଷ୍ଟ କରି ସେଠାରେ ଘର ତିଆରି କରି ରହୁଛନ୍ତି । ଏହା ଜାଣିବା ପରେ ଅଡ଼ବା ଗ୍ରାମବାସୀ ବନ ବିଭାଗ ଏବଂ ମୋହନା ତହସିଲଦାରଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ । ଏହା ପରେ ଘଟଣା ସ୍ଥଳରେ ମୋହନା ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡା ଓ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ, ଅଡ଼ବା ଥାନା କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ ଜାଗାକୁ ଖାଲି କରିବା ପାଇଁ କାମେଲ ନାୟକଙ୍କୁ ଅଧିକାରୀମାନେ କହିଥିଲେ । କିନ୍ତୁ ଏହା ମଧ୍ୟରେ କିଛି ମାସ ବିତିଯାଇଥିଲେ ମଧ୍ୟ ସେ ସେହି ସ୍ଥାନ ଖାଲି ନ କରିବାରୁ ଅଡ଼ବା ଗ୍ରାମବାସୀ ଜିଲ୍ଲାପାଳ, ତହସିଲଦାର, ଥାନାକୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ୨୩ତାରିଖ ସୁଦ୍ଧା ଉକ୍ତ ସ୍ଥାନରୁ କାମେଲ ନାୟକ ଙ୍କୁ ଉଛେଦ କରାନଗଲେ ଆସନ୍ତା ୨୪ରେ ଜାତୀୟ ରାଜପଥ ୩୨୬କୁ ଅବରୋଧ କରାଯିବା ସହ ଅଡ଼ବା ଗ୍ରାମରେ ଦୋକାନ ବଜାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବନ୍ଦ କରାଯିବ ବୋଲି ଗ୍ରାମ୍ୟ କମିଟି ନିଷ୍ପତି ନେଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories