ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗ୍ରାମରେ ଜଣେ ମହିଳା ଗୁରୁବାର ଦିନ ମଧ୍ୟାହ୍ନ ସମୟରେ ବିଷ ପାନ କରି ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ବଡ଼ଖଣି ଗ୍ରାମର ମାଳତୀ ନାୟକ (୨୬) କୌଣସି କାରଣରୁ ବିଷ ପାନ କରିଥିଲେ। ପରିବାର ଲୋକେ ଦେଖିବା ପରେ ମୋହନା ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ। ଡାକ୍ତର ଆଶୁତୋଷ ଦାଶ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ମୋହନା ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।
Popular Categories



