www.samajalive.in
Wednesday, December 10, 2025
26.1 C
Bhubaneswar

ପାଞ୍ଚଟି ବେଆଇନ ବାଲି ଚାଲାଣକାରୀ ଟ୍ରାକ୍ଟରକୁ ଜବତ କରି ୩୯ ହଜାର ଜରିମାନା ଆଦାୟ କେଲ ତହସିଲଦାର

ଚାନ୍ଦିପୁଟ : ଗଜପତି ଜିଲା ମୋହନା ତହସିଲର ବିଭିନ୍ନ ସ୍ଥାନରୁ ଦିନକୁ ଦିନ ବେଆଇନ ବାଲି ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଗୁରୁବାର ପାଞ୍ଚଟି ବେଆଇନ୍ ବାଲି ଚାଲାଣକାରୀ ଟ୍ରାକ୍ଟରକୁ ମୋହନା ତହସିଲଦାର ଅଚାନକ ଚଢାଉ କରି ୩୯ହଜାର ଜରିମାନା ଆଦାୟ କରିଥିବା ଜଣାପଡ଼ିଛି ଓ
ସୂଚନା ମୁତାବକ, ଚନ୍ଦ୍ରଗିରି ରାଜସ୍ବ ମଣ୍ଡଳରେ ଥିବା ଜିରାଙ୍ଗ ଗ୍ରାମ ନିକଟସ୍ଥ ଖସଡା ନଦୀରୁ ଗୁରୁବାର ସକାଳେ ପାଞ୍ଚୋଟି ଟ୍ରାକ୍ଟରରେ ବାଲି ଚାଲାଣ ହେଉଥିବା ସମୟରେ ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ସେଠାରେ ପହଞ୍ଚିଥିଲେ ଓ ଉକ୍ତ ଟ୍ରାକ୍ଟର ଗୁଡିକର ଚାଳକମାନଙ୍କୁ ପଚାରିବାରୁ ବିନା ରୟାଲିଟିରେ ବାଲି ଉତ୍ତୋଳନ କରି ଚାଲାଣ କରୁଥିବା ଜଣାପଡିଥିଲା ଓ ଏହା ପରେ ତହସିଲଦାରଙ୍କ ନିର୍ଦେଶ କ୍ରମେ ଘଟଣା ସ୍ଥଳରୁ ଉକ୍ତ ଟ୍ରାକ୍ଟର ଗୁଡ଼ିକୁ ଜବତ କରି ଚନ୍ଦ୍ରଗିରି ରାଜସ୍ବ ନିରୀକ୍ଷକଙ୍କ କାର୍ୟ଼୍ୟାଳୟ ଅଣାଯ଼ାଇଥିଲା। ପରେ ଖବର ପାଇ ଟ୍ରାକ୍ଟର ମାଲିକମାନଙ୍କୁ ଉକ୍ତ କାର୍ୟ଼୍ୟାଳୟକୁ ଡ଼ାକି ବିନା ରୟାଲଟିରେ ବାଲି ଚାଲାଣ କରୁଥିବା ହେତୁ ପାଞ୍ଚୋଟି ଟ୍ରାକ୍ଟରରୁ ପୃଥକ ପୃଥକ ଭାବେ ମୋଟ ୩୯ ହଜାର ଟଙ୍କା ଜରିମାନା ଆଦାୟ କରାଯ଼ାଇଥିବା ତହସିଲଦାର ସୂଚନା ଦେଇଛନ୍ତି ଓ ତେବେ ପୁର୍ବରୁ ମୋହନାର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଖଣି ମାଫିଆ, ପଥର ମାଫିଆମାନେ ରାଜ୍ ଚଲାଇଆସୁଥିବା ବେଳେ ଏବେ ଗାଁ ଗାଁରେ ଟ୍ରାକ୍ଟର ସଂଖ୍ୟା ବୃଦ୍ଧି ପାଇବା ସହ ବେଧଡକ ନଦୀରୁ ବାଲି ଉତ୍ତୋଳନ କାର୍ୟ଼୍ୟ ବଢିଚାଲିଛି ଓ ଗତ କିଛି ଦିନ ହେଲା ତହସିଲଦାରଙ୍କ ଏଭଳି ବିଭିନ୍ନ ସ୍ଥାନରେ ଘନ ଘନ ଚଢାଉ ଯ଼ୋଗୁଁ ଅଞ୍ଚଳର ମାଫିଆଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି ଓ

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories