www.samajalive.in
Tuesday, December 9, 2025
17.1 C
Bhubaneswar

ମୋଦୀଙ୍କ ‘ଟୀକା ମେଳା’ ପ୍ରଚାର ସର୍ବସ୍ୱ – ପିସିସି ସଭାପତି

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଟେଷ୍ଟିଙ୍ଗ, ଟ୍ରାକିଂ ଓ ଟ୍ରିଟମେଂଟ ନେଇ କରୋନା ମେଳା କରିବା ପ୍ରଚାର ସର୍ବସ୍ୱ ବୋଲି କହିଛନ୍ତି। ସେ କହିଛନ୍ତି ଯେ, କରୋନା ସଂକ୍ରମଣ ନେଇ କେନ୍ଦ୍ର ସରକାର ଆମ ରାଜ୍ୟକୁ ପର୍ଯ୍ୟାପ୍ତ ଟୀକା ଦେଇପାରୁନାହାନ୍ତି କି ଆମ ରାଜ୍ୟ ସରକାର ଅପାରଗ ଟୀକା ଆଣିପାରୁ ନାହାନ୍ତି ତାହା ଏବେ ବଡ ପ୍ରଶ୍ନ। ଏହାଠୁଁ ଲଜ୍ୟାକର ଘଟଣା କଣ ହୋଇପାରେ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ପ୍ରେସବାର୍ତ୍ତାରେ କହିଛନ୍ତି।

- Advertisement -

ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ କିପରି ଟୀକା ମେଳା କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ତାତ୍ସଲ୍ୟ କରି କହିଛନ୍ତି ଯେ, ଯେପରି ମୋଦୀ ମହାଶୟ ନିର୍ବାଚନ ପୂର୍ବରୁ ପ୍ରତି ପରିବାରକୁ ୧୫ ଲକ୍ଷ ଦେବେ ବୋଲି ପ୍ରଚାର କରିଥିଲେ ସେହିପରି ଟୀକା ମେଳା ଏକ ଅନୁରୂପ ପ୍ରଚାର ଅଥଚ ଏବେ ମୋଦୀ ମହାଶୟ କହୁଛନ୍ତି ଟୀକାକୁ ନେଇ ରାଜନୀତିକରଣ କରାଯାଉଛି। ଟୀକା ତ ଯୋଗାଇ ପାରୁନା ଆଉ ଟୀକା ମେଳା କଣ ହେବ ଏବଂ କିଏ ରାଜନୀତିକରଣ କରୁଛି ଓ କାହିଁକି ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ତେଣୁ ଏହି ମିଛ ପ୍ରଚାରରୁ କ୍ଷାନ୍ତ ରହି କିପରି ଲୋକମାନଙ୍କ ଜୀବନ ବଞ୍ଚିପାରିବ ଏବଂ ସବୁ ରାଜ୍ୟକୁ ପର୍ଯ୍ୟାପ୍ତ ଟୀକା ଯୋଗାଇ ପାରିବେ ସେଥିପ୍ରତି କେନ୍ଦ୍ର ସରକାର ଯତ୍ନବାନ ହେବା ସହ କାର୍ଯ୍ୟ କରିବା ଉଚିତ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories