www.samajalive.in
Tuesday, December 9, 2025
17.1 C
Bhubaneswar

‘ମନ୍‍ କି ବାତ୍‍’ରେ ମୋଦୀ କହିଲେ ବାୟୁସେନାର ସଫଳତାର କାହାଣୀ

ସମାଜ ପୋର୍ଟାଲ ଡେସ୍କ: ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‍ କି ବାତ୍‍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନାର ସଫଳତାର କାହାଣୀ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଜାନୁଆରୀ ୩୧, ୨୦୨୦ ଦିନ ଲଦ୍ଦାଖର ସୁନ୍ଦର ପାହାଡ଼ିଆ ଅଞ୍ଚଳ ଗୋଟିଏ ଐତିହାସିକ ଘଟଣାର ସାକ୍ଷୀ ହୋଇଗଲା। ଲେହର କୁଶୋକ୍‍ ବାକୁଲା ରିମ୍ପୋଚି ଏୟାରପୋର୍ଟରୁ ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ଯେତେବେଳେ ଉଡ଼ାଣ ଆରମ୍ଭ କଲା, ସେତେବେଳେ ଗୋଟିଏ ନୂତନ ଇତିହାସ ସୃଷ୍ଟି ହେଲା। ଏହି ଉଡ଼ାଣରେ ୧୦ ପ୍ରତିଶତ ଭାରତୀୟ ବାୟୋ-ଜେଟ୍‍ ଇନ୍ଧନର ମିଶ୍ରଣ କରାଯାଇଥିଲା। ଦୁଇଟିଯାକ ଇଞ୍ଜିନରେ ଏହି ମିଶ୍ରିତ ଇନ୍ଧନ ବ୍ୟବହାର କରାଯିବାର ଏହା ପ୍ରଥମ ଘଟଣା।

କେବଳ ସେତିକି ନୁହେଁ, ଲେହର ଯେଉଁ ବିମାନ ବନ୍ଦର ଉପରେ ଏହି ବିମାନ ଉଡ଼ିଲା ତାହା କେବଳ ଭାରତର ନୁହେଁ ବରଂ ବିଶ୍ୱର ସବୁଠାରୁ ଅଧିକ ଉଚ୍ଚତାରେ ରହିଥିବା ବିମାନ ବନ୍ଦରଗୁଡ଼ିକ ମଧ୍ୟରେ ଅନ୍ୟତମ। ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ, ଏଥିରେ ବ୍ୟବହୃତ ବାୟୋ ଅଏଲ ପାଇଁ କଞ୍ଚାମାଲ ଭାରତର ବିଭିନ୍ନ ଆଦିବାସୀ ଅଞ୍ଚଳରୁ କ୍ରୟ କରାଯାଇଥାଏ। ଏହି ପ୍ରଚେଷ୍ଟା ଫଳରେ କେବଳ ଯେ କାର୍ବନ ନିର୍ଗମନ ହ୍ରାସ ପାଇବ ତାହା ନୁହେଁ, ବରଂ ଅଶୋଧିତ ତୈଳର ଆମଦାନୀ ଉପରେ ମଧ୍ୟ ଭାରତର ନିର୍ଭରତା ହ୍ରାସ ପାଇବ। ଏହି ବିରାଟ କାର୍ଯ୍ୟକ୍ରମ ସହ ଜଡ଼ିତ ସମସ୍ତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories