www.samajalive.in
Sunday, December 7, 2025
23.1 C
Bhubaneswar

ନୂଆ ନୂଆ ଚାକିରି କରୁଥିଲେ…

କର୍ମକ୍ଷେତ୍ରରେ ନୂଆ ଭାବରେ ଯୋଗ ଦେଇଥିବା କର୍ମଚାରୀମାନେ ପ୍ରାୟତଃ ଖୁବ୍‌ ଶୀଘ୍ର ବସ୍‌ଙ୍କର ପ୍ରିୟପାତ୍ର ହେବାକୁ ଚେଷ୍ଟା କରିଥାନ୍ତି।  ଆପଣ ଯଦି ନୂଆ କରି ଚାକିରିରେ ଯୋଗ ଦେଇଥାନ୍ତି ତେବେ କିଛି ନିମ୍ନରେ ଦିଆଯାଇଥିବା କାର୍ୟ୍ୟଗୁଡ଼ିକ ପ୍ରତି ବିଶେଷ ଭାବେ ଧ୍ୟାନ ଦେବାକୁ ପଡ଼ିବ।  ଚେଷ୍ଟା କରିବେ ଏସବୁ ଠାରୁ ଯଥାସମ୍ଭବ ଦୂରେଇ ରହିବାକୁ। ତା’ ନ ହେଲେ ଏହା ଆଗାମୀ ଦିନରେ ଆପଣଙ୍କୁ ଅସୁବିଧାରେ ପକାଇ ପାରେ!

ବାହାସ୍ଫୋଟ ମାରନ୍ତୁ ନାହିଁ: ନୂଆ ନୂଆ ଯେଉଁମାନେ ଅଫିସ୍‌ରେ ଯୋଗ ଦେଇଥାନ୍ତି, ସେମାନେ ବସ୍‌ଙ୍କର ପ୍ରିୟ ହେବା ପାଇଁ ଯେତିକି କାମ ଜାଣିଥାନ୍ତି, ତା ଠାରୁ ଅଧିକ ବାହାସ୍ଫୋଟ ମାରନ୍ତି। କାମ ଯେତିକି ଜାଣିଥାନ୍ତି, ତା ଠାରୁ ଅଧିକ ଦେଖେଇ ହୁଅନ୍ତି। କିନ୍ତୁ ଏମିତି କରିବା ସମ୍ପୂର୍ଣ୍ଣ ଭାବେ ନିଜ ପାଇଁ ଖରାପ। ଏହା କରିବା ଦ୍ୱାରା ଆପଣ କିଛି ସମୟ ପାଇଁ ବସ୍‌ଙ୍କର ପ୍ରିୟପାତ୍ର ହୋଇପାରିବେ। କିନ୍ତୁ ସବୁଦିନ ନିଜର କାର୍ୟ୍ୟଦକ୍ଷତାକୁ ଏମିତି ବାହାସ୍ଫୋଟ ମାରି ବଜାୟ ରଖିପାରିବେନି। ତେଣୁ ଏମିତି କରିବା ଠାରୁ ଯଥାସମ୍ଭବ ଦୂରେଇ ରହିବା ଆବଶ୍ୟକ। ନୂଆ କର୍ମଚାରୀଙ୍କର ସବୁଠାରୁ ବଡ ଦୁର୍ଗୁଣ ହେଲା ସେମାନେ ପ୍ରାୟତଃ ମିଛର ଆଶ୍ରୟ ନେଇଥାନ୍ତି। ମିଛ କହି କୌଣସି ସଂସ୍ଥା ସହିତ ସବୁଦିନ ଜଡ଼ିତ ହୋଇପାରିବେ ନାହିଁ ।

- Advertisement -

ଚାକିରିରୁ ଶିଖିବାକୁ ଚେଷ୍ଟା କରନ୍ତୁ: ଜୀବନସାରା ଆମକୁ ଶିଖିବାକୁ ପଡ଼ିଥାଏ। ଯଦି ଆମେ ଭାବିବା କି ଆମର ଚାକିରି କ୍ଷେତ୍ରରେ ଏତେ ବର୍ଷର ଅଭିଜ୍ଞତା ରହିଛି, ଆମେ ଢ଼େର କିଛି ଜାଣିଛୁ, କିନ୍ତୁ ସେମିତି କରିବା ନିଜ ପାଇଁ କ୍ଷତିକାରକ। ଯଦି ଆପଣଙ୍କୁ ବସ୍‌ କୌଣସି କାମ ଦେଇଥାନ୍ତି, ତେବେ ତାହା ସଠିକ୍‌  ଏବଂ ନିର୍ଭୁଲ ଭାବରେ କରିବାକୁ ଚେଷ୍ଟା କରନ୍ତୁ। ନିଜର କର୍ମସଂସ୍ଥାନକୁ ଭଲପାଇଲେ ଜୀବନ ସହଜ ଲାଗିବ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories