www.samajalive.in
Saturday, December 6, 2025
26.1 C
Bhubaneswar

ପଶ୍ଚିମବଙ୍ଗ ଓ ଆସାମରେ ପ୍ରଚାର କରିବେ ମୋଦୀ, କେରଳରେ ଶାହ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ତରଫରୁ ବୁଧବାର ପଶ୍ଚିମବଙ୍ଗ ଏବଂ ଆସାମରେ ପ୍ରଚାର କରିବେ। ଉଭୟ ରାଜ୍ୟରେ ମୋଦୀ ଦଳୀୟ ରାଲିରେ ଯୋଗଦେଇ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କୁ ସମ୍ବୋଧିତ କରିବେ।

ସେପଟେ ଗୃହମନ୍ତ୍ରୀ ଅମିତ ଶାହ ଦଳ ପାଇଁ କେରଳରେ ପ୍ରଚାର କରିବେ। ଏଠାରେ ସେ ଦୁଇଟି ରୋଡ୍‌ ଶୋ’ ଏବଂ ଦୁଇଟି ରାଲି କରିବେ। ସୂଚନାଯୋଗ୍ୟ, ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ୫ଟି ଯାକ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଶାହ ଆଶାବାଦୀ ଅଛନ୍ତି। ପଶ୍ଚିମବଙ୍ଗରେ ଦଳ ୨୦୦ରୁ ଅଧିକ ଆସନରେ ଜିତି କ୍ଷମତାକୁ ଆସିବ ବୋଲି ଶାହ ଦାବି କରିଛନ୍ତି।

- Advertisement -

ଅନ୍ୟପଟେ ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀ ମନ୍ତ୍ରୀ ବିଜୟ ଭାସ୍କରଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। କରୁର୍‌ରେ ପଲାନୀସ୍ବାମୀ ଦଳୀୟ ପ୍ରାର୍ଥୀ ଭାସ୍କରଙ୍କ ଲାଗି ପ୍ରଚାର କରିବା ସହିତ ଦଳକୁ ବିଜୟୀ କରିବା ଲାଗି ଭୋଟରଙ୍କୁ ଅନୁରୋଧ କରିଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories