www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରୋଟୋକଲ ଭାଙ୍ଗିଲେ ମୋଦୀ – ନିଜେ ଉଠାଇଲେ ଖସିପଡିଥିବା ଫୁଲ ଡାଳ

ହ୍ୟୁଷ୍ଟନ: ସବୁବେଳେ ନିଜ ସାଧାରଣ ଜୀବନଶୈଳୀ ଓ ଅସାଧାରଣ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ବିଶ୍ୱବାସୀଙ୍କୁ ପ୍ରଧାନ ସେବକର ପରିଭାଷା ବୁଝାଇବାରେ ସମର୍ଥ ହୋଇଛନ୍ତି। ମୋଦୀ ପ୍ରମାଣ କରିଛନ୍ତି ଯେ ସେ ବି ଅନ୍ୟମାନଙ୍କ ଭଳି ସାଧାରଣ ମଣିଷ। ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ହ୍ୟୁଷ୍ଟନ ବିମାନ ବନ୍ଦରରେ ପହଂଚିବା ପରେ ଜଣେ ଆମେରିକୀୟ ମହିଳା ଅଧିକାରୀ ମୋଦୀଙ୍କୁ ଫୁଲ ତୋଡ଼ାଟିଏ ଉପହାର ଦେଇଥିଲେ ତେବେ ମୋଦୀ ଫୁଲ ତୋଡାଟିକୁ ନିଜ ସୁରକ୍ଷାକର୍ମୀଙ୍କୁ ଦେବା ବେଳେ ସେଥିରୁ ଅଜଣାତରେ ଏକ ଛୋଟ ଅଂଶ ଖସି ପଡିଥିଲା।

ପ୍ରଧାନମନ୍ତ୍ରୀ ମଧ୍ୟ ଆଗକୁ ବଢି ସାରିଥିଲେ କିନ୍ତୁ ହଠାତ ମୋଦୀଙ୍କ ନଜର ପଡିଲା ତଳେ ଖସି ପଡିଥିବା ସେଇ ଛୋଟ ଫୁଲ ଅଂଶ ଉପରେ। ପ୍ରଧାନମନ୍ତ୍ରୀ କାଳ ବିଳମ୍ବ ନ କରି ନଇଁପଡ଼ି ସେଇଟିକୁ ଉଠାଇ ଥିଲେ ଓ ସୁରକ୍ଷା କର୍ମୀଙ୍କୁ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଦେଖି ଆମେରିକୀୟ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସ୍ଵଛ ଭାରତ ଭଳି ଅଭିଯାନ ଆରମ୍ଭ କରିଥିବା ମୋଦୀଙ୍କ ବିରଳ ବ୍ୟକ୍ତିତ୍ୱ ପକ୍ଷରେ ଏଭଳି କାର୍ଯ୍ୟ ପାଇଁ ସାରା ବିଶ୍ୱରୁ ଶୁଭେଚ୍ଛାର ବାର୍ତ୍ତା ପହଂଚିବାରେ ଲାଗିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories