www.samajalive.in
Saturday, December 6, 2025
26.1 C
Bhubaneswar

୫୦ ବର୍ଷ ଧରି ଦେଶବାସୀଙ୍କୁ ବୋକା ବନେଇଛି କଂଗ୍ରେସ; ମୋଦୀ

ନୂଆଦିଲ୍ଲୀ: ନଭେମ୍ବର ୨୦ରେ ଛତିଶଗଡରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ରବିବାର ହେଉଛି ନିର୍ବାଚନ ପ୍ରଚାରର ଶେଷ ଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମହାସମୁନ୍ଦର ଏକ ସଭାରେ ଯୋଗ ଦେଇ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । ସଭାରେ ମୋଦୀ କହିଛନ୍ତି ଯେ, ୫୦ ବର୍ଷର ଶାସନକାଳ ମଧ୍ୟରେ କଂଗ୍ରେସ ସରକାର ଜନତାଙ୍କୁ ବେକଳ ମିଛ କହି ବୋକା ବନେଇଛି । ଏବେ କଂଗ୍ରେସ ବୁଝିଯିବା କଥା ଯେ, ଦେଶର ଜନତା ଜାଗ୍ରତ ହେଲେଣି । ଦେଶର ଜନତା କଂଗ୍ରେସକୁ ୪୪୦ରୁ ଆଣି ୪୦ରେ ପହଞ୍ଚାଇଛନ୍ତି ।  କର୍ଣ୍ଣାଟକରେ ଚାଷୀ ଋଣ ଛାଡ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଯେଉଁ ଚାଷୀ ଋଣ ନେଇଛନ୍ତି ସେମାନଙ୍କୁ ଗିରଫ କରାଯାଉଛି ।

ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ରମଣ ସିଂହ ନକ୍ସଲ ଦମନ ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ସହ କଡା ସୁରକ୍ଷାବଳର ଆୟୋଜନ କରୁଛନ୍ତି । କିନ୍ତୁ କଂଗ୍ରେସ ଅମଳରେ କେନ୍ଦ୍ର ସରକାରଙ୍କୁ ଏହା ଦେଖା ଯାଉନଥିଲା । ମୋଦୀ କହିଛନ୍ତି ଆଗାମୀ ୫ ବର୍ଷ ଛତିଶଗଡ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ । ଯେପରି ପରିବାରରେ ୧୮ ବର୍ଷର ପିଲା ପ୍ରତି ଅଧିକ ଧ୍ୟାନ ଦିଅଯାଏ, ସେହିପରି ଏବେଠାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଛତିଶଗଡକୁ ଅଧିକ ଗୁରୁତ୍ବ ଦେବା ଆବଶ୍ୟକତା ରହିଛି । ଆଜି କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଛତିଶଗଡର ଜନସାଧାରଣରେ ପହଞ୍ଚି ପାରୁଛି ଏହାର ଏକମାତ୍ର କାରଣ ହେଉଛି ଯେ, ଛତିଶଗଡର ବିକାଶ ପାଇଁ ବିଜେପିକୁ ୩ ଥର ସୁଯୋଗ ମିଳିଛି  ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories