www.samajalive.in
Wednesday, December 10, 2025
18.1 C
Bhubaneswar

ଅଚାନକ ଆହାରକେନ୍ଦ୍ରରେ ପହଞ୍ଚିଲେ, ନିଜେ ଖାଇ ଖାଦ୍ୟର ମାନ ଯାଞ୍ଚ କଲେ ବିଧାୟକ

ଛତ୍ରପୁର : ଛତ୍ରପୁର ସ୍ଥିତ ଆହାରକେନ୍ଦ୍ରକୁ ମଙ୍ଗଳବାର ଅଚାନକ ପରିଦର୍ଶନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ଆହାରକେନ୍ଦ୍ରରେ ଲୋକଙ୍କୁ ଦିଆଯାଉଥିବା ଖାଦ୍ୟର ପରିମାଣ ଓ କ୍ୱାଲିଟି ଯାଞ୍ଚ କରିବା ସହିତ ଆହାରକେନ୍ଦ୍ରରେ ଲୋକଙ୍କୁ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ବିଧାୟକ ନାୟକ ଅନୁଧ୍ୟାନ କରିଥିଲେ । ଆହାରକେନ୍ଦ୍ରରେ ପ୍ରଦାନ କରାଯାଉଥିବା ଖାଦ୍ୟକୁ ବିଧାୟକ ନିଜେ ଖାଇବା ସହିତ ଲୋକଙ୍କୁ ଉତ୍ତମ ଖାଦ୍ୟ ଯୋଗାଇଦେବା ପାଇଁ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆହାରକେନ୍ଦ୍ରରେ ନିମ୍ନମାନର ପାଣିଆ ଡାଲି ଦିଆଯାଉଥିବାରୁ ସେ ବିରକ୍ତି ପ୍ରକାଶ କରିବା ସହିତ ଆଗାମୀ ଦିନରେ କ୍ୱାଲିଟିଯୁକ୍ତ ଖାଦ୍ୟ ଦେବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ଏହି ଆହାର କେନ୍ଦ୍ରରେ ଦୈନିକ ଚାରି ଶହ ଲୋକଙ୍କ ପାଇଁ ଖାଦ୍ୟ ଆସିଥାଏ । କିଛି ଦିନ ତଳେ ବିଧାୟକ ଏକ ସ୍କୁଲ ପରିଦର୍ଶନ କରି ପିଲାଙ୍କ ପାଇଁ ଆସୁଥିବା ଖାଦ୍ୟ ଖାଇ ମାନ ଯାଞ୍ଚ କରିଥିଲେ ।

ମୁମ୍ବଇ ବିଏମଡବ୍ଲ୍ୟୁ ହିଟ୍ ଆଣ୍ଡ ରନ୍ ମାମଲା: ଶିବସେନା ନେତାଙ୍କ ପୁଅ ଗିରଫ

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories