www.samajalive.in
Sunday, December 7, 2025
16.1 C
Bhubaneswar

ବାରମ୍ବାର ଚେତାବନୀ ସତ୍ତ୍ବେ ମାନିଲେନି; ୧୮ ଓଟିଟି ପ୍ଲାଟଫର୍ମ ବ୍ଲକ୍‌ କଲେ ସରକାର

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆପତ୍ତିଜନକ ବିଷୟବସ୍ତୁ ପ୍ରସାରଣ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅନେକ ଚେତାବନୀ ସତ୍ତ୍ବେ ଆପତ୍ତିଜନକ ବିଷୟବସ୍ତୁ ପ୍ରସାରଣକୁ ନେଇ ୧୮ ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍‌ କରାଯାଇଛି। ସାରା ଦେଶରେ ଓଟିଟି ପ୍ଲାଟଫର୍ମର ୧୯ଟି ୱେବସାଇଟ୍, ୧୦ଟି ଆପ୍ ଏବଂ ୫୭ଟି ସୋସିଆଲ୍ ମିଡିଆ ହ୍ୟାଣ୍ଡିଲକୁ ମଧ୍ୟ ବ୍ୟାନ୍‌ କରାଯାଇଛି। ଭାରତ ସରକାରଙ୍କ ସଂପୃକ୍ତ ମନ୍ତ୍ରଣାଳୟ/ବିଭାଗ ଏବଂ ଗଣମାଧ୍ୟମ, ମନୋରଞ୍ଜନ, ମହିଳା ଅଧିକାର ଏବଂ ଶିଶୁ ଅଧିକାର କ୍ଷେତ୍ରର ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।

- Advertisement -

ନିଷିଦ୍ଧ ପ୍ଲାଟଫର୍ମ ତାଲିକାରେ ଡ୍ରିମ୍ସ ଫିଲ୍ମ୍‌ସ, ଭୁଭି, ୟେସ୍‌ମା, ଅନ୍‌କଟ୍‌ ଅଡ୍ଡା, ହଣ୍ଟର୍ସ ଏବଂ ଆହୁରି ଅନେକ ସାମିଲ ଅଛି, ଯେଉଁମାନେ ଆପତ୍ତିଜନକ, ବ୍ୟଭିଚାରପୂର୍ଣ୍ଣ ପାରିବାରିକ ସମ୍ପର୍କ, ଯୌନ କାର୍ଯ୍ୟ ଏବଂ ମହିଳାମାନଙ୍କର ଅପମାନଜନକ ଚିତ୍ରଣ କରୁଥିବା ବିଷୟବସ୍ତୁ ପ୍ରସାରଣ କରୁଥିଲେ। ଏହି ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories