www.samajalive.in
Sunday, December 7, 2025
16.1 C
Bhubaneswar

ଆପଣଙ୍କ କମ୍ପ୍ୟୁଟର ଉପରେ ସରକାରଙ୍କ ନଜର: ଚୋର ଧରିବାକୁ ଚୋରି ଅନୁମତି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଚାନକ ପ୍ରମୁଖ ୧୦ଟି ସଂସ୍ଥାକୁ ଦେଶର ଯେ କୌଣସି କମ୍ପ୍ୟୁଟରରୁ ତଥ୍ୟ ଚୋରି କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଗୃହ ମନ୍ତ୍ରଣାଳୟର ନିର୍ଦେଶ ଅନୁଯାୟୀ ଦେଶର ପ୍ରମୁଖ ସୁରକ୍ଷା ଏଜେନ୍ସି ଯେକୌଣସି ବ୍ୟକ୍ତିର କମ୍ପ୍ୟୁଟରରୁ ଜେନେରେଟ, ଟ୍ରାନ୍ସମିଟ୍‍, ରିସିଭ ଓ ଷ୍ଟୋର କରାଯାଇଥିବା ତଥ୍ୟକୁ ଦେଖି ପାରିବେ ଦେଶର ପ୍ରମୁଖ ୧୦ଟି ସଂସ୍ଥା।
ଗୃହ ମନ୍ତ୍ରଣାଳୟର ନିର୍ଦେଶ ଅନୁଯାୟୀ ଇଣ୍ଟେଲିଜେନ୍ସ ବ୍ୟୁରୋ, ନାରକୋଟିକ୍‍ କଣ୍ଟ୍ରୋଲ ବ୍ୟୁରୋ, ପ୍ରବର୍ତ୍ତନ ନିର୍ଦେଶାଳୟ, ସେଣ୍ଟ୍ରାଲ ବୋର୍ଡ଼ ଅଫ ଡାଇରେକ୍ସ ଟ୍ୟାକ୍ସ, ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ, ସିବିଆଇ, ଏନଆଇଏ, କ୍ୟାବିନେଟ ସେକ୍ରେଟୋରିଏଟ(ର), ଡାଇରେକ୍ଟର ଅଫ ସିଗ୍ନାଲ ଇଣ୍ଟେଲିଜେନ ଓ ଦିଲ୍ଲୀ କମିଶନାରେଟକୁ ଦେଶରେ ଚାଲିଥିବା ସମସ୍ତ କମ୍ପ୍ୟୁଟର ଉପରେ ଗୁଇନ୍ଦାଗିରି କରିବାକୁ ଅନୁମତି ପ୍ରଦାନ କରିଛନ୍ତି।
କେନ୍ଦ୍ର ସରକାରଙ୍କ ଏଭଳି ନିର୍ଦେଶକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଲ ଇଣ୍ଡିଆ ମଜଲିସ ଏ-ଇତେହାଦୁଲ ମୁସଲିମୀନ ପାର୍ଟି ଅଧ୍ୟକ୍ଷ ଅସଦୁଦ୍ଦୀନ ଓବେସୀ ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ର ସରକାର ସାମାନ୍ୟ ଏକ ନିର୍ଦେଶ ଦ୍ୱାରା ଦେଶର ସମସ୍ତ ୍‍କମ୍ପ୍ୟୁଟର ଉପରେ ଗୁଇନ୍ଦାଗିରି କରିବାର ନିର୍ଦେଶ ଦେଇଦେଲେ। ଏହି ପ୍ରକ୍ରିୟାକୁ କଟାକ୍ଷ୍ୟ କରି ଓବେସୀ ବିଜେପିର ସ୍ଲୋଗାନ “ଘର ଘର ମୋଦୀ’ ସଫଳ ହେଲା ବୋଲି ମନ୍ତବ୍ୟ ଦେଇଛନ୍ତି।

Modi has used a simple Government Order to permit our national agencies to snoop on our communications.

Who knew that this is what they meant when they said ‘ghar ghar Modi’.

George Orwell’s Big Brother is here & welcome to 1984. pic.twitter.com/DrjQkdkBKh— Asaduddin Owaisi (@asadowaisi) December 20, 2018

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories