www.samajalive.in
Tuesday, December 9, 2025
17.1 C
Bhubaneswar

ଋଣ ଛାଡ଼ ଉପରେ ପ୍ରଶ୍ନ କରିବାରୁ ଚାଷୀଙ୍କୁ ମନ୍ତ୍ରୀଙ୍କ ଧମକ- କ’ଣ ପାଇଁ ଋଣ ନେଉଥିଲ

ଜୟପୁର: ଋଣ ଛାଡ଼ ସମ୍ପର୍କରେ ପ୍ରଶ୍ନ କରିବାରୁ ଜଣେ ଚାଷୀଙ୍କୁ ଧମକ ଦେଇଛନ୍ତି ମନ୍ତ୍ରୀ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଜସ୍ଥାନର କରୌଲି ଜିଲାରେ। ରାଜସ୍ଥାନର ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ରମେଶ ମୀନା କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଝାଟଭଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ। କରୌଲିରେ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ଉଦବୋଧନ ଦେଇସାରି ବାହାରିବା ବେଳେ ଜଣେ ଚାଷୀ ତାଙ୍କୁ ଋଣ ଛାଡ଼ ସମ୍ପର୍କରେ ପଚାରିଥିଲେ। କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ ସବୁ ଚାଷୀଙ୍କ ଋଣ ଛାଡ଼ କରାଯିବ ବୋଲି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତ ବିଧାନସଭା ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ରାଜସ୍ଥାନରେ କଂଗ୍ରେସ ସରକାର ଗଢ଼ିଛି, କିନ୍ତୁ ଏଯାଏ ଚାଷୀ ଋଣ ଛାଡ଼ ହୋଇନାହିଁ କାହିଁକି ବୋଲି ଚାଷୀ ଜଣକ ପ୍ରଶ୍ନ କରିଥିଲେ। ଏତିକିରେ ମନ୍ତ୍ରୀ ରମେଶ ମୀନା ରାଗିଯିବା ସହ ସମ୍ପୃକ୍ତ ଚାଷୀଙ୍କୁ ଧମକାଇ କହିଥିଲେ, କ’ଣ ପାଇଁ ଚିତ୍କାର କରୁଛ। ପାଟି ବନ୍ଦ କର। ତୁମେ କ’ଣ ପାଇଁ ୨ ଲକ୍ଷ ଟଙ୍କା ଋଣ ନେଉଥିଲ। ଏହି କଥାକୁ ମନ୍ତ୍ରୀ ବାରମ୍ବାର ଦୋହରାଇ ଚାଷୀଙ୍କୁ ପ୍ରଶ୍ନ କରିଥିଲେ। ଏପରି କି ସେ ଚାଷୀଙ୍କ ହାତକୁ ବଳପୂର୍ବକ ଟାଣି ଧରିଥିବା ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ ହେବା ସହ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୂଚନାଯୋଗ୍ୟ, ଗତବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ଚାଷୀଙ୍କୁ ଋଣ ଛାଡ଼ ପ୍ରସଙ୍ଗ କରି କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କ୍ଷମତାକୁ ଆସିଥିଲା। ତେବେ ରାଜସ୍ଥାନରେ ଏଯାଏ ସବୁ ଚାଷୀଙ୍କ ଋଣ ଛାଡ଼ କରାଯାଇ ନାହିଁ। କେବଳ ଯେଉଁମାନେ ସମବାୟ ବ୍ୟାଙ୍କରୁ ଋଣ ନେଇଛନ୍ତି ସେମାନଙ୍କ ଋଣ ଛାଡ଼ କରଯାଇଛି, ଯାହା ମୋଟ ଋଣ ନେଇଥିବା ଚାଷୀଙ୍କର ମାତ୍ର ୧୭ ପ୍ରତିଶତ। ତେଣୁ ପ୍ରତିଶ୍ରୁତି ଅନୁସାରେ ସବୁ ଚାଷୀଙ୍କୁ ଋଣ ଛାଡ଼ କରିବାକୁ ଦାବି ହୋଇଛି। ଅନ୍ୟପଟେ ଏବେ ବି କଂଗ୍ରେସ ଚାଷୀ ଋଣ ଛାଡ଼କୁ ମୁଖ୍ୟ ପ୍ରସଙ୍ଗ କରି ଚଳିତ ଲୋକସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories