www.samajalive.in
Monday, December 8, 2025
20.1 C
Bhubaneswar

ପିଲାମାନଙ୍କ ଖାଦ୍ୟ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ

ପିଲାମାନଙ୍କ ସ୍ୱଭାବ ସାଧାରଣତଃ ଜିଦିଆ। ଅଧିକାଂଶ ପିଲାମାନେ ଖାଦ୍ୟଖାଇବା ସମୟରେ ଖୁବ ହଇରାଣ ମଧ୍ୟ କରିଥାଆନ୍ତି। ସେମାନଙ୍କୁ ସାଧାରଣତଃ ତେଲ ମସଲା ଯୁକ୍ତ, ଚଟପଟା, ଖଟାମିଠା ଖାଦ୍ୟ ଅଧିକ ପସନ୍ଦ ଆସିଥାଏ। ତେଣୁ ସୋମନେ ପୋଷ୍ଟିକ ଖାଦ୍ୟ ପ୍ରତି ଇଚ୍ଛା କରି ନଥାଆନ୍ତି। ଅଧିକାଂଶ ମାଆମାନଙ୍କର ଚିନ୍ତା ଥାଏ ଯେ, ସେମାନଙ୍କ ପିଲାମାନେ ସବୁଜ ପନିପରିବା ଖାଇନଥାଆନ୍ତି। ମାତ୍ର ସବୁଜପନିପରିବାରେ ଅଧିକ ଭିଟାମିନ, ମିନେରାଲସ ଓ ଆଣ୍ଟିଅକ୍ସିଡ଼ାଣ୍ଟ ରହିଥାଏ। ଯାହା ପିଲାମାନଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ। ତେଣୁ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ୱାରା ଆପଣ ପିଲାମାନଙ୍କୁ ସବୁଜପନିପରିବା ଖୁଆଇପାରିବେ।
ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତୁ –
ପିଲାମାନଙ୍କୁ ଲଗାତାର ଗୋଟିଏ ପ୍ରକାର ତରକାରୀ ଖାଇବାକୁ ଦେଲେ ସେମାନେ ଚିଡ଼ଚିଡ଼ା ହୋଇଯାଆନ୍ତି। ତେଣୁ ଚେଷ୍ଟା କରନ୍ତୁ ସପ୍ତାହକୁ ଯେକୌଣସି ଗୋଟିଏ ଖାଦ୍ୟକୁ ବାରମ୍ବାର ଖାଇବାକୁ ଦିଅନ୍ତୁ ନାହିଁ। ତାଙ୍କୁ ପସନ୍ଦ ଥିବା ଖାଦ୍ୟ ମଧ୍ୟ ବାରମ୍ବାର ଖାଇବାକୁ ଦିଅନ୍ତୁ ନାହିଁ। ରୁଟି ମଧ୍ୟରେ ସବୁଜ ପନିପରିବାରେ ପ୍ରସ୍ତୁତ ବ୍ୟଞ୍ଜନକୁ ଭର୍ତ୍ତି କରି ଅଳ୍ପ ସସ ପକାଇ ଏହାକୁ ରୋଲ ଭଳି କରି ଖାଇବାକୁ ଦିଅନ୍ତୁ। ପିଲାମାନଙ୍କୁ ନୁଡ଼ୁଲ୍ସ ଓ ପାସ୍ତା ଅଧିକ ପସନ୍ଦ। ତେଣୁ ଏସବୁ ପ୍ରସ୍ତୁତ କରିବା ସମୟରେ ଏଥିରେ ମଧ୍ୟ ପନିପରିବା ପକାଇ ପ୍ରସ୍ତୁତ କରନ୍ତୁ।
ରଙ୍ଗବେରଙ୍ଗ ପରିବାରେ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତୁ –
ପିଲାମାନେ ରଙ୍ଗ ପ୍ରତି ଖୁବ ଅଧିକ ଆକର୍ଷିତ ହୋଇଥାଆନ୍ତି। ତେଣୁ ଚେଷ୍ଟା କରନ୍ତୁ ପିଲାମାନଙ୍କୁ ବିଭିନ୍ନ ରଙ୍ଗର ପନିପରିବାକୁ ମିଶାଇ ବ୍ୟଞ୍ଜନ ପ୍ରସ୍ତୁତ କରି ଦିଅନ୍ତୁ।
ବିଭିନ୍ନ ପ୍ରକାରର ଜୁସ ପ୍ରସ୍ତୁତ କରି ଦିଅନ୍ତୁ। ଏହା ସହ ଯେକୌଣସି ଖାଦ୍ୟ ଦେଉଛନ୍ତି, ତାହାକୁ କିଛି ଡ଼ିଜାଇନରେ ସଜାଇ ଦିଅନ୍ତୁ। ସାଜସଜ୍ଜା ହୋଇଥିବା ଖାଦ୍ୟକୁ ପିଲାମାନେ ବେଶ ପସନ୍ଦ କରିଥାଆନ୍ତି।
ମନପସନ୍ଦର ଖାଦ୍ୟ ଦିଅନ୍ତୁ –
ପିଲାମାନେ ସାଧାରଣତଃ ନିଜ ପସନ୍ଦ ମୁତାବକ ଖାଦ୍ୟ ଖାଇବାକୁ ଜିଦ କରିଥାଆନ୍ତି। ତେଣୁ ସପ୍ତାହକୁ ଥରେ କିମ୍ବା ୨ ଥର ତାଙ୍କ ମନପସନ୍ଦର ଖାଦ୍ୟ ପ୍ରସ୍ତୁତ କରି ଖୁଆନ୍ତୁ। ଏହାଦ୍ୱାରା ସେମାନେ ଖାଦ୍ୟ ପ୍ରତି ଚିଡ଼ାଚିଡ଼ା ଭାବ ଆଣିବେ ନାହିଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories