www.samajalive.in
Sunday, December 7, 2025
26.1 C
Bhubaneswar

କାଶ୍ମୀର ଉପତ୍ୟକା ଛାଡୁଛନ୍ତି ପ୍ରବାସୀ ଶ୍ରମିକ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଅଣ କାଶ୍ମୀରୀଙ୍କ ଉପରେ ଲଗାତର ଆତଙ୍କବାଦୀ ଆକ୍ରମଣ ହେବା ଏବଂ ସେଥିରେ ଅନେକ ମୃତାହତ ହେବା ପରେ ଏବେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଏଠାକୁ ଆସି ଗୁଜୁରାଣ ମେଣ୍ଟାଉଥିବା ଶ୍ରମିକମାନେ କାଶ୍ମୀର ଉପତ୍ୟକା ଛାଡିବା ଆରମ୍ଭ କରିଛନ୍ତି । ସୋମବାର ସକାଳେ ରାଜସ୍ଥାନ, ବିହାର ଏବଂ ଅନ୍ୟାନ୍ୟ ରାଜ୍ୟର ବହୁ ଶ୍ରମିକ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ନିଜ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି । ରାଜସ୍ଥାନର ଜଣେ ଶ୍ରମିକ କହିଛନ୍ତି ଯେ, ଏଠାରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି । ସେମାନେ କାମଧନ୍ଦା କରି ପେଟ ପୋଷିବାକୁ ଏଠାକୁ ଆସିଥିଲେ । କିନ୍ତୁ ଏବେ ସେମାନେ ଆତଙ୍କିଙ୍କର ନିର୍ଦ୍ଦିଷ୍ଟ ଭାବରେ ଅଣ କାଶ୍ମୀରୀଙ୍କ ଉପରେ ଆକ୍ରମଣରେ ଅତି ମାତ୍ରାରେ ଭୟଭୀତ ହୋଇଯାଇଛନ୍ତି । ସେମାନଙ୍କ ସହିତ ପରିବାର ସଦସ୍ୟ ରହୁଥିବାରୁ ସେମାନଙ୍କୁ ନେଇ ସେମାନେ ଏବେ ନିଜ ଜନ୍ମସ୍ଥାନକୁ ଫେରିଯାଉଛନ୍ତି । ସୂଚନାଯୋଗ୍ୟ ଯେ ପ୍ରବାସୀ ଶ୍ରମିକମାନେ ତୁରନ୍ତ କାଶ୍ମୀର ଉପତ୍ୟକା ଛାଡି ଚାଲିଯିବାକୁ ପାକିସ୍ତାନ ସମର୍ଥିତ ଆତଙ୍କି ସଂଗଠନ ଲସ୍କର ଇ ତଇବା ଦ୍ୱାରା ପରିଚାଳିତ ୟୁନାଇଟେଡ ଲିବିରେସନ ଫ୍ରଣ୍ଟ (ୟୁଏଲଏଫ) ପକ୍ଷରୁ ଚେତାବନୀ ଦିଆଯାଇଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories