କଲମପୁର : ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଚେନ୍ନାଇ ଯାଉଥିଲେ, ହେଲେ ବାଟରେ ଟ୍ରେନରୁ ଖସିପଡି ହାତ ହରାଇ ଘରକୁ ଫେରିଛନ୍ତି ଜୟପଟଣା ବ୍ଳକ ଅନ୍ତର୍ଗତ ରଣମାଲ ଗ୍ରାମର ରଞ୍ଜିତ ବେରୁକ(୪୨)। ଜମି ବାଡ଼ି ନଥିବା ରଞ୍ଜିତ ଗତ ୮ତାରିଖରେ ଚେନ୍ନାଇ ଯିବା ପାଇଁ କେସିଙ୍ଗା ରେଳ ଷ୍ଟେସନରୁ ରାତି ପ୍ରାୟ ୨ଟା ୩୦ରେ ଟ୍ରେନ ରେ ବସିଥିଲେ । ତେବେ ୩ଟା ସମୟରେ ନର୍ଲା ଗେଟ ସମ୍ମୁଖରେ ଟ୍ରେନରେ ଭିଡ଼ ଯୋଗୁଁ ଚଳନ୍ତା ଟ୍ରେନରୁ ତଳେ ପଡି ଯାଇ ଥିଲେ ଓ ରଞ୍ଜିତଙ୍କ ହାତରେ ଗୁରୁତର ଆଘାତ ଲାଗିଥିଲା। ରେଳବାଇ ପୁଲିସ ତାଙ୍କୁ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା କରିଥିଲେ । ସେଠାରେ ତାଙ୍କ ବାମ ହାତ କଟା ଯାଇଥିଲା। ସ୍ତ୍ରୀ ମାଧବୀ ପକ୍ଷାଘାତ ଯୋଗୁଁ କୌଣସି କାମ କରି ପାରୁ ନାହାନ୍ତି । ଏଭଳି ପରିସ୍ଥିତିରେ ଝିଅ ଶ୍ରଦ୍ଧା(୧୬)ର ରୋଜଗାର ଉପରେ ହିଁ ପରିବାରର ଭରସା। ଏଭଳି ସ୍ଥିତିରେ ରଞ୍ଜିତ ପାଇଁ ସରକାରୀ ସହାୟତା ଜରୁରୀ ହୋଇ ପଡିଛି।
Popular Categories



