www.samajalive.in
Monday, December 8, 2025
14.1 C
Bhubaneswar

ଇନ୍‌ଫୋସିଟିରେ ଖୋଲିଲା ମିଡ୍‌ଟାଉନ୍‌ ବର୍ଣ୍ଣ ଜିମ୍ ଟ୍ରେନିଂ ସେଣ୍ଟର, ସଦସ୍ୟତା ଗ୍ରହଣ ପରେ ନେଇ ପାରିବେ ପ୍ରଶିକ୍ଷଣ

ଭୁବନେଶ୍ୱର : ପଟିଆ ଇନ୍‌ଫୋସିଟି ଛକରେ ମିଡ୍‌ଟାଉନ୍‌ ବର୍ଣ୍ଣ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନ ଉତ୍ସବରେ ପୂର୍ବତନ ଆୟକର କମିଶନର ଶରତ କୁମାର ଦାସ, ଲାୟନ୍ସ କ୍ଲବ ପୂର୍ବତନ ଗଭର୍ଣ୍ଣର ପ୍ରକାଶ ଜେନା, ବଲିଉଡ଼୍ ଓ ଓଲିଉଡ଼୍ ଶିଶୁ କଳାକାର ଲୋହିତାକ୍ଷ ପଟ୍ଟନାୟକ, ଓଏସ୍‌ଏଲ୍‌ ପ୍ରବନ୍ଧକ ପ୍ରଦୀପ କୁମାର ସାହୁ, କଳିଙ୍ଗ ବଚପନ ପରିଚାଳନା ନିର୍ଦେଶକ ଆଚମନ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଜାତା ସାହୁ, ସୁଚିସ୍ମିତା ପୃଷ୍ଟି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଯୁବ ଉଦ୍ୟୋଗୀ ଗୌତମ ଚୌଧୁରୀ ଓ ରଞ୍ଜନ କୁମାର ସାହୁଙ୍କ ଉଦ୍ୟମରେ ମିଡ୍‌ଟାଉନ୍‌ ବର୍ଣ୍ଣ ଜିମ୍ ଟ୍ରେନିଂ ସେଣ୍ଟର ଖୋଲାଯାଇଛି। ଏହି ଅବସରରେ ଟ୍ରେନିଂ ସେଣ୍ଟରର ସିଇଓ ଗୌତମ ଚୌଧୁରୀ କହିଛନ୍ତି ଯେ ୟୁରୋପୀୟ ଦେଶ ଶୈଳୀରେ ଏହି ଟ୍ରେନିଂ ସେଣ୍ଟର ନିର୍ମାଣ କରାଯଇଛି। ୫ ହଜାର ବର୍ଗଫୁଟର ଏହି ସେଣ୍ଟରରେ ଅତ୍ୟାଧୁନିକ ଜିମ୍ ଉପକରଣ ଉପଲବ୍ଧ ରହିଛିି। ଏଠାରେ ଏକାସଙ୍ଗେ ୩୦ଜଣ ଟ୍ରେନିଂ ନେବାର ବ୍ୟବସ୍ଥା ରହିଛି। ସମ୍ପୂର୍ଣ୍ଣ ଶାନ୍ତ ପରିବେଶ ଓ ବିନା କୌଣସି ଅସୁବିଧାରେ ବାଗାଟି ସିରିଜ୍ ଏବଂ ଷ୍ଟିଲଫ୍ଲେକ୍ସ ସିରିଜ୍ ଜିମ ଉପକରଣରେ ଏଠାରେ ଟ୍ରେନିଂ ଦିଆଯିବ। ୩ଜଣ ଦକ୍ଷ ପ୍ରଶିକ୍ଷକଙ୍କ ଉପସ୍ଥିତିରେ ସକାଳ ୬ ଘଟିକାରୁ ରାତି ୧୦ଟା ପର୍ଯ୍ୟନ୍ତ ଏଠାରେ ଟ୍ରେନିଂ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ଖୋଲିଥିବା ନୂତନ ଭାବେ ଏହି ଜିମ୍ ସେଣ୍ଟର ସଦସ୍ୟତା ଗ୍ରହଣ କରିବା ପରେ ଜଣେ ଏଠାରେ ପ୍ରଶିକ୍ଷଣ ନେଇପାରିବେ ବୋଲି ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। ରାଜୀବ ନୟନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories