www.samajalive.in
Wednesday, December 10, 2025
26.1 C
Bhubaneswar

ମୃତକଙ୍କ ଖାତାରେ ମନରେଗା ଅର୍ଥ

ଭୁବନେଶ୍ୱର : ବଲାଙ୍ଗିର,ଗଞ୍ଜାମ ଓ ନବରଙ୍ଗପୁର ପ୍ରଭୃତି ଜିଲାରେ କରୋନା ମହାମାରୀ ସମୟରେ ଦାଦନ ସମସ୍ୟାର ସମାଧାନ ଲାଗି ଲୋକଙ୍କୁ କାମଧନ୍ଦା ଯୋଗାଇବା ଏବଂ ମରୁଡ଼ିର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବହୁ ଗୁରୁତ୍ବ ଦିଆଯାଉଛି। ‘ମନରେଗା’ରେ ୨୦ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବା ଏବଂ ଜବକାର୍ଡଧାରୀଙ୍କୁ ୨୦୦ ଦିନର କାମ ଯୋଗାଇବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ହେଲେ ରାଜ୍ୟ ସରକାରଙ୍କ ତଥ୍ୟ ଯାହା କହୁଛି ତାକୁ ଦେଖିଲେ ଆଖି ତରାଟି ହୋଇଯାଉଛି।
ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୧୭-୧୮ରୁ ଚଳିତବର୍ଷ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୦ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କା ମନରେଗାରେ ଖର୍ଚ୍ଚ ହୋଇଛି। ହେଲେ ରାଜ୍ୟରେ କେଉଁଠି ମଲା ଲୋକ ଜବକାର୍ଡଧାରୀ ସାଜିଛନ୍ତି ତ ଆଉ କେଉଁଠି ୮୦ବର୍ଷରୁ ଊର୍ଦ୍ଧ୍ବ ବୁଢ଼ା ଖଟୁଛନ୍ତି। ସବୁଠାରୁ ବଡ଼କଥା ହେଲା ଜିଲାସ୍ତରରେ ପ୍ରସ୍ତୁତ ହେଉଛି ‘ମନରେଗା’ କାର୍ଯ୍ୟ ଖସଡ଼ା। ତଥ୍ୟ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଦେଇ ଭାରତ ସରକାରଙ୍କ ନିକଟକୁ ଯାଉଛି,କିନ୍ତୁ କୌଣସି ଅଧିକାରୀ ଏହାର ବାସ୍ତବତାକୁ ଥରେ ହେଲେ ବି ନିରୀକ୍ଷଣ କରୁନାହାନ୍ତି। ଯଦି ବା ନିରୀକ୍ଷଣ କରୁଛନ୍ତି ତଥାପି କ’ଣ ପାଇଁ ଚୁପ୍ ବସୁଛନ୍ତି ତାହା ବୁଝାପଡୁନାହିଁ। ଯେଉଁଥିପାଇଁ ରାଜ୍ୟରେ ‘ମନରେଗା’ ଯୋଜନାରେ ମହାଦୁର୍ନୀତିର ଗନ୍ଧ ରହିଛି ବୋଲି ଅଭିଯୋଗ ହୋଇଛି। ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ବଲାଙ୍ଗୀର ଜିଲାରେ ଏହି ୪ବର୍ଷ ମଧ୍ୟରେ ବିଭିନ୍ନ ପ୍ରକଳ୍ପରେ ‘ମନରେଗା’ ଯୋଜନାରେ ୫୫୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଏଠି ଶତାଧିକ ୮୦ବର୍ଷରୁ ଊର୍ଦ୍ଧ୍ବ ଲୋକ ମନରେଗାରେ କାର୍ଯ୍ୟ କରୁଥିବାବେଳେ ବହୁ ମୃତ ଲୋକଙ୍କ ଖାତାକୁ ଟଙ୍କା ଯାଉଛି, ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ବଲାଙ୍ଗିରରେ ଗତ ୪ବର୍ଷରେ ୫୬୫ଟି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେବା ସହିତ ୧୫ଟି ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ୨୨୩୪ଟି ମରୁଡ଼ି ଦୂରୀକରଣ ତଥା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୩୧ଟି ମତ୍ସ୍ୟପୋଖରୀ, ୧୯ଟି ବନ୍ୟା ପ୍ରତିରୋଧ ବନ୍ଧ, ୪୪୮୬ଟି ଜମି ଉନ୍ନତିକରଣ ପ୍ରକଳ୍ପ, ୧୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୭୯ଟି ଖେଳ ପଡିଆ, ୯୪୩ଟି ଜଳ ଉତ୍ସର ପୁନରୁଦ୍ଧାର ସହିତ ୧ଲକ୍ଷ ୩୨ହଜାର ୫୧୪ଟି କାର୍ଯ୍ୟ ହୋଇଛି। ଏହାବାଦ୍ ଏବେ ବି ୫୯ହଜାର ୩୫୯ଟି ଛୋଟମୋଟ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏ ବାବଦକୁ ୫୫୦କୋଟି ୨୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ସମୟରେ ରାଜ୍ୟରେ ୨୧ଲକ୍ଷ ୮ହଜାର ୬୫୧ଟି ଛୋଟମୋଟ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବାବେଳେ ଏବେ ବି ୮ଲକ୍ଷ ୩୧ହଜାର ୪୨୪ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏବାବଦକୁ ଇତିମଧ୍ୟରେ ୧୦ହଜାର ୪୩୫କୋଟି ୫୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ରାଜ୍ୟରେ ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି ତା’ର ମାତ୍ର ୫.୨୭% ଅର୍ଥ କେବଳ ଦାଦନ ପ୍ରବଣ ଓ ମରୁଡ଼ି ଜର୍ଜରିତ ବଲାଙ୍ଗିର ଜିଲା ପାଇଁ ଖର୍ଚ୍ଚ ହୋଇଛି। ସବୁଠାରୁ ବଡ଼କଥା ହେଲା ରାଜ୍ୟରେ ୬୦ରୁ ୮୦ବର୍ଷ ବୟସ୍କ ୨୨ଲକ୍ଷ ୮୭ହଜାର ୪୯ଜଣ ବୁଢ଼ା ଜବକାର୍ଡଧାରୀ ସାଜି ମନରେଗାରେ କାର୍ଯ୍ୟ କରିଥିବାବେଳେ ୧ଲକ୍ଷ ୨୫ହଜାର ୫୧୧ଜଣ ୮୦ବର୍ଷରୁ ଊର୍ଦ୍ଧ୍ବ ବୁଢ଼ା କାର୍ଯ୍ୟ କରିଛନ୍ତି। ବଲାଙ୍ଗିର ଜିଲା ଲୋଇସିଂହା-ଆଗଲପୁରର ଗୋଟିଏ ଗ୍ରାମର ୩ଜଣ ମୃତକଙ୍କ ନାଁ ଏହି ମନରେଗା ତାଲିକାରେ ରହିଥିବାବେଳେ ଜିଲାରେ ଶତାଧିକ ମଲାଲୋକଙ୍କ ନାଁ ରହିଛି। ସରକାରଙ୍କ ତଥ୍ୟ କହୁଛି ଯେ ୮ଲକ୍ଷ ୩୧ହଜାର ୪୨୪ ପ୍ରକଳ୍ପ ଏବେ ଅଧାଗଢ଼ା ହୋଇ ଦୀର୍ଘଦିନ ଧରି ପଡ଼ି ରହିଛି। ଯାହାକି ସମୁଦାୟ ପ୍ରକଳ୍ପର ୨୮% ତଥା ୨୫୩୭ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ। ଯଦି ଉକ୍ତ ପ୍ରକଳ୍ପକୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ନସାରନ୍ତି ତେବେ ଏହି ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ସେହିପରି ବିଭିନ୍ନ ଜିଲାରେ ମରୁଡ଼ି ମୁକାବିଲା ପାଇଁ ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଅଦ୍ୟାବଧି ୧୩୮୦କୋଟି ଟଙ୍କା ମନେରଗାରେ ଖର୍ଚ୍ଚ ହୋଇଛି। ହେଲେ ପ୍ରକଳ୍ପର କାର୍ଯ୍ୟକାରିତା ଏପର୍ଯ୍ୟନ୍ତ ୬୦%କୁ ଛୁଇଁପାରି ନାହିଁ। ସରକାର ଯଦି ଏଥିପ୍ରତି ଗୁରୁତ୍ବ ନିଅନ୍ତି ତେବେ ମରୁଡ଼ି ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ଅର୍ଥହୀନ ହୋଇପଡିବ ବୋଲି ଅଭିଯୋଗ ହୋଇଛି। ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories