www.samajalive.in
Monday, December 8, 2025
13.1 C
Bhubaneswar

ଦୀର୍ଘ ୬୦ ବର୍ଷ ପରେ ମେକ୍ସିକୋ ଉପକୂଳରେ ଦେଖିବାକୁ ମିଳିଲା ସୁନ୍ଦର ଦୃଶ୍ୟ

ଲକଡାଉନର ପ୍ରଭାବ ବିଶ୍ଵବ୍ୟାପୀ ପରିବେଶ ଉପରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ଯେଉଁ ସହରଗୁଡ଼ିକର ବାୟୁ ଅତ୍ୟନ୍ତ ବିପଜ୍ଜନକ ଥିଲା, ବର୍ତ୍ତମାନ ସେଠାର ବାୟୁ ନିଶ୍ୱାସ ପ୍ରଶ୍ୱାସ ନେବା ଉପଯୋଗୀ ହୋଇଛି। ପ୍ରଦୂଷଣ ବହୁ ପରିମାଣରେ ହ୍ରାସ ପାଇଛି। ଏହା ସହିତ ସମୁଦ୍ର ଏବଂ ନଦୀଗୁଡ଼ିକର ଜଳ ମଧ୍ୟ ପରିଷ୍କାର ହୋଇଯାଇଛି। ଗୋଟିଏ ପଟେ ଭାରତରେ ଗଙ୍ଗା-ଯମୁନାର ଜଳ ସଫା ହୋଇଯାଇଥିବାବେଳେ ମେକ୍ସିକୋର ସମୁଦ୍ର ଜଳରେ ନୀଳ ଆଲୋକ ଦେଖାଯିବା ଆରମ୍ଭ ହୋଇଛି।
ରବିବାର ଦିନ, ମେକ୍ସିକୋର ଆକାପୁଲକୋ ସମୁଦ୍ର କୂଳର ତରଙ୍ଗ ନୀଳ ଆଲୋକ ପରି ଦୃଶ୍ୟମାନ ହେଲା। ଯାହା ଦୀର୍ଘ ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଠାରେ ଦେଖାଯାଇଛି। ଏହା ଦେଖି ସ୍ଥାନୀୟ ଲୋକ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି। ଗତ ୬୦ ବର୍ଷ ମଧ୍ୟରେ ମେକ୍ସିକୋରେ ଏପରି ସୁନ୍ଦର ଦୃଶ୍ୟ କେବେ ଦେଖାଯାଇ ନଥିଲା।
ଯେତେବେଳେ ସମୁଦ୍ରରେ ଖଣିଜ ପଦାର୍ଥର ପରିମାଣ ଏବଂ ଏକ ନିର୍ଦ୍ଦିଷ୍ଟ ପ୍ରକାର ଣୈବାଳ ସଂଖ୍ୟାରେ ବୃଦ୍ଧି ଘଟିଥାଏ ସତେବେଳେ ସମୁଦ୍ରରେ ନୀଳ ଆଲୋକ ଦେଖାଯାଏ। ମେକ୍ସିକୋରେ ଆକାପୁଲକୋର ସମୁଦ୍ରକୂଳ ତରଙ୍ଗ ଉଜ୍ଜ୍ୱଳ ନୀଳ ରଙ୍ଗ ହେବା ହେଉଛି ଏକ ରାସାୟନିକ ପ୍ରକ୍ରିୟା। ନୀଳ ଆଲୋକକୁ ବାୟୋବ୍ଲୁମିନସେଣ୍ଟ କୁହାଯାଏ ଏବଂ ଏହା ସମୁଦ୍ରରେ ଥିବା ଫାଇଟୋପ୍ଲାକ୍ଟନ୍ ନାମକ ଏକ ଣୈବାଳ କାରଣରୁ ହୋଇଥାଏ। ତରଙ୍ଗ କୂଳକୁ ଆସିବା ପରେ ସେମାନଙ୍କର ରାସାୟନିକ ଶକ୍ତି ବୈଦ୍ୟୁତିକ ଶକ୍ତିରେ ପରିଣତ ହୁଏ ଏବଂ ସେମାନେ ନୀଳ ଦେଖାଯାଆନ୍ତି। ଏହାକୁ ସାଧାରଣ ଭାଷାରେ ସମୁଦ୍ର ଚମକ କୁହାଯାଏ।
୨୦୧୮ରେ ମାଲଦ୍ୱୀପ ନିକଟ ଭାରତ ମହାସାଗରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ଏଥିସହ, ପ୍ରଶାନ୍ତ ମହାସାଗରରେ ଆମେରିକାର କାଲିଫର୍ନିଆ ଉପକୂଳ ନିକଟ ସମୁଦ୍ରରେ ପ୍ରାୟତଃ ଦେଖାଯାଏ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories