www.samajalive.in
Friday, December 5, 2025
27.1 C
Bhubaneswar

ମେଟ୍ରୋ ରେଳ ଲାଗି ନୂଆ ନକ୍ସା

ଭୁବନେଶ୍ୱର: ନୂଆ ଢାଞ୍ଚାରେ ହେବ ଭୁବନେଶ୍ବର ମେଟ୍ରୋ ରେଳ। ଜନସାଧାରଣଙ୍କ ହିତ ଓ ଟ୍ରାଫିକ ଭିଡ଼କୁ ଦୃଷ୍ଟିରେ ରଖି ମେଟ୍ରୋ ପ୍ରକଳ୍ପ ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏନେଇ ଦିଲ୍ଲୀ ମେଟ୍ରୋ ରେଳ ନିଗମ ସିଇଓ କଲ୍ୟାଣ ପଟ୍ଟନାୟକ, ବିକାଶ କୁମାର, ପ୍ରମିତ ଗର୍ଗ ପ୍ରମୁଖଙ୍କ ସହ ଆଲୋଚନା କରାଯାଇଛି। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନିମନ୍ତେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ବୈଠକ ବୁଧବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।

ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ମୋବିଲିଟି ଓ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେନେଇ ବୈଠକରେ ଆନ୍ତଃ ବିଭାଗୀୟ ସମନ୍ୱୟ ବିଷୟରେ ଆଲୋଚନା କରାଯାଇଛି। ଏଥିସହିତ ଭୁବନେଶ୍ୱର ସହର ଦୃଢ଼ ଓ ଦକ୍ଷ ସାର୍ବଜନୀନ ପରିବହନ ବ୍ୟବସ୍ଥା, ସୁଗମ ଟ୍ରାଫିକ ପରିଚାଳନା ନିମନ୍ତେ କମ୍ପ୍ରେସିଭ ମୋବିଲିଟି ପ୍ଲାନ, ରେଳ-ସଡ଼କ ପରିବର୍ତ୍ତନ ପଥ ବିଷୟରେ ବୈଠକରେ ଆଲୋଚନା କରାଯାଇଛି। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବୈଠକରେ ଯୋଗଦେଇଥିଲେ। ପ୍ରମୁଖ ଶାସନ ସଚିବ ମନୋଜ ଆହୁଜା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ନଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ବିଏମସି ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ ବୈଠକରେ ଉପସ୍ଥିତ ଥିଲେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories