www.samajalive.in
Wednesday, December 10, 2025
26.1 C
Bhubaneswar

ଡାକ ଲଫାପାରେ ମାସ୍କ ବ୍ୟବହାରର ବାର୍ତ୍ତା

ଭୁବନେଶ୍ବର: ‘କୋଭିଡ଼-୧୯ ବିଶ୍ୱ ମହାମାରୀ’ କୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଡ଼ାକ ଲଫାଫା ଓ ଓଡ଼ିଶାର ସୁନାମଧନ୍ୟ ବ୍ୟକ୍ତିଙ୍କୁ ନେଇ ସ୍ୱତନ୍ତ୍ର ୧୦ଟି ପିକ୍ଚର ପୋଷ୍ଟକାର୍ଡ଼କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ରାଜଭବନରେ ଉନ୍ମୋଚନ କରିଛନ୍ତି। ଏହି ସ୍ୱତନ୍ତ୍ର ଡ଼ାକ ଲଫାଫା ମାଧ୍ୟମରେ ମାସ୍କର ବ୍ୟବହାରକୁ ଦୈନଦିନ ଜୀବନ ଶୈଳୀର ଏକ ଅଂଶବିଶେଷ କରିବାକୁ ବାର୍ତ୍ତା ଦିଆଯାଇଛି। ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପୀ ଅପିନ୍ଦ୍ର ସ୍ୱାଇଁଙ୍କ ଚିତ୍ରକୁ ଆଧାର କରି ଉକ୍ତ ଲଫାଫା ପ୍ରସ୍ତୁତ କରାଯାଇଛି। ସେହିପରି ଓଡ଼ିଶାର ୧୦ ଜଣ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଓ ଆଧୁନିକ ଓଡ଼ିଶାର ନିର୍ମାତାମାନଙ୍କୁ ନେଇ ସେମାନଙ୍କ ତ୍ୟାଗ ଓ ଅବଦାନକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ପିକ୍ଚର ପୋଷ୍ଟକାର୍ଡ଼ ପ୍ରସ୍ତୁତ ହୋଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଭି.ଭି. ଗିରି, ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକ ପ୍ରମୁଖ ଏହି ପୋଷ୍ଟକାର୍ଡରେ ସ୍ଥାନ ପାଇଛନ୍ତି।

ରାଜ୍ୟପାଳ ପ୍ରଫେସର ଲାଲ ଓଡ଼ିଶା ଡ଼ାକ ମଣ୍ଡଳର ଏହି ମହତ ପ୍ରୟାସର ଭୂୟସୀ ପ୍ରଶଂସା କରିବା ସହ ଭାରତୀୟ ଡ଼ାକର ସାମାଜିକ ଦାୟିତ୍ୱବୋଧ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ଆଶା ପ୍ରକାଶ କରିଥିଲେ। ଓଡ଼ିଶା ଡ଼ାକ ମଣ୍ଡଳର ମୁଖ୍ୟ ମହା ଡ଼ାକପାଳ ସୁବାସ ଚନ୍ଦ୍ର ବର୍ମା ଓ ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories