www.samajalive.in
Sunday, December 7, 2025
15.1 C
Bhubaneswar

ମିଶିଲା ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା 

ଭୁବନେଶ୍ୱର :  ପୂର୍ବରୁ ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ସହ ମିଶ୍ରଣ କରାଯାଇଛି।

ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ପ୍ରକଳ୍ପ ମୁଖ୍ୟ,ସବ୍ୟସାଚୀ ବିଶ୍ୱାଳ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ‘ସରକାରଙ୍କ ଦ୍ୱାରା ଆମ୍ବୁଲାନ୍ସ ସେବା ପାଇଁ ଏକକ ୧୦୮ ନମ୍ବର କରାଯିବା ଅତି ଉତମ ପଦକ୍ଷେପ। ଏହା ଦ୍ୱାରା ଗର୍ଭବତୀଙ୍କ ଠାରୁ ନେଇ ବିଭିନ୍ନ ରୋଗୀ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଯିବାକୁ ହେଲେ କେବଳ ୧୦୮ ନମ୍ବରକୁ ହିଁ କଲ କରିବେ। ୧୦୨ କଲ ସେଣ୍ଟର ଆବଶ୍ୟକତା ଆଗକୁ ନଥିବା ଦୃଷ୍ଟିରୁ ଏହାକୁ ବନ୍ଦ କରିବା ପ୍ରକ୍ରିୟା ଧିରେ ଧିରେ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଆଶା ଦିଦି ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି।’

- Advertisement -

‘କରୋନା ମହାମାରୀର ଆରମ୍ଭରୁ ଆମ୍ବୁଲାନ୍ସ କର୍ମୀମାନେ ଅଦମ୍ୟ ସାହସର ସହ ସେବାକୁ ନିରନ୍ତର ଜାରି ରଖିଛନ୍ତି। ସେମାନେ କୋଭିଡର ସମସ୍ତ ନିୟମ ପାଳନ କରି ସେବା ଯୋଗାଇ ଆସୁଛନ୍ତି।  ପ୍ରତ୍ୟେକ କ୍ରିୟୁ ମେମ୍ବରଙ୍କ ପାଇଁ ଫେସ ମାସ୍କ, ହେଡ କଭର, ହ୍ୟାଣ୍ଡ ଗ୍ଲୋବ୍ସ ଆଦି ବାଧ୍ୟତାମୂଳକ ପ୍ରରିଧାନ, ପ୍ରତ୍ୟେକ ଆମ୍ବୁଲାନ୍ସରେ ସାନିଟାଇଜର ଉପଲବ୍ଧତା ଏବଂ ପ୍ରତ୍ୟେକ ରୋଗୀର ସ୍ଥାନାନ୍ତର ପରେ ଆମ୍ବୁଲାନ୍ସକୁ ସଂପୂର୍ଣ୍ଣ ସାନିଟାଇଜ କରାଯିବା ସାମିଲ କରାଯାଇଛି। ଏହି ସବୁ ପଦକ୍ଷେପର ଫଳ ସୂରୁପ ମହାମାରୀର କରାଳ ସଂକଟ ମଧ୍ୟରେ ଲୋକମାନଙ୍କ ପାଖରେ ୧୦୮ ଆମ୍ବୁଲାନ୍ସର ଚାହିଦା ବଢ଼ିଛି। ରୋଗୀମାନେ ସରକାରୀ ଆମ୍ବୁଲାନ୍ସକୁ ଅଧିକ ସୁରକ୍ଷିତ ଏବଂ ପରିମଳଯୁକ୍ତ ବୋଲି ମଣୁଛନ୍ତି।’

ଓଡ଼ିଶାରେ ମାର୍ଚ୍ଚ ୨୦୧୩ରୁ ଆରମ୍ଭ ହୋଇଥିବା ଏହି ୧୦୮ ଆମ୍ବୁଲାନ୍ସ ସେବା ବର୍ତ୍ତମାନ ସୁଧା ୫୧ ଲକ୍ଷରୁ ଊର୍ଦ୍ଧ୍ବ ରୋଗୀଙ୍କୁ ବିଭିନ୍ନ ସେବା ଯୋଗାଇବା ପାଇଁ ସ୍ଥାନାନ୍ତର କରିଛି। ସାରା ଓଡ଼ିଶାର ୩୦ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହି ସେବା ଉପଲବ୍ଧ ହେଉଛି। ଏପର୍ଯ୍ୟନ୍ତ ଓଡ଼ିଶାରେ ଏହାର ୧୧୨୪ଟି ଆମ୍ବୁଲାନ୍ସ ଚାଲୁଥିବାବେଳେ ବିଭିନ୍ନ ଜଳବନ୍ଦୀ ଅଞ୍ଚଳମାନଙ୍କ ପାଇଁ ୬ଟି ବୋଟ ଆମ୍ବୁଲାନ୍ସ ମଧ୍ୟ ଚାଲିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories