www.samajalive.in
Monday, December 8, 2025
14.1 C
Bhubaneswar

ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ‘ବୟନିକା’ର ମେଗା ଶୋ’ରୁମ୍: ହସ୍ତତନ୍ତ ଶାଢ଼ି, କପଡ଼ା ଓ ଆକର୍ଷଣୀୟ ପୋଷାକ କିଣିବାକୁ ଉତ୍ସାହ

ଭୁବନେଶ୍ୱର: ଓଡ଼ିଶାର ଅନନ୍ୟ ହସ୍ତତନ୍ତ ଶାଢ଼ି, କପଡ଼ା ଓ ପୋଷାକର ବିଶେଷ ଚାହିଦା ରହିଛି । ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ‘ବୟନିକା’ ପକ୍ଷରୁ ନିକଟରେ ରାଜଧାନୀ ଭୁବନେଶ୍ୱର ଏବଂ ରେଶମ ସହର ବ୍ରହ୍ମପୁରରେ ଦୁଇଟି ନୂଆ ମେଗା ସୋ’ରୁମ୍ ଖୋଲାଯାଇଛି । ହସ୍ତତନ୍ତ ଉତ୍ପାଦ କିଣିବା ପାଇଁ ଏହି ଦୁଇଟି ସୋ’ରୁମରେ ଲୋକଙ୍କର ବେଶ୍ ଭିଡ଼ ଜମୁଛି ।

ଦେଶ ବିଦେଶର ପର୍ଯ୍ୟଟକଙ୍କ ସୁବିଧା ପାଇଁ ‘ବୟନିକା’ ପକ୍ଷରୁ ୨୦୨୪ ଜୁଲାଇ ୨୬ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ଏହି ସୋ’ ରୁମ୍ ଖୋଲାଯାଇଥିଲା । ସେହିପରି ସେପ୍ଟେମ୍ବର ୨୧ରେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ବ୍ରହ୍ମପୁର ସହରରେ ‘ବୟନିକା’ର ଦ୍ୱିତୀୟ ମେଗା ସୋ’ରୁମ୍ ଖୋଲିଥିଲା । ଏହି ଦୁଇଟି ବ୍ୟବସାୟ ପ୍ରତିଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଅଧିକ ଟଙ୍କାର କାରବାର ହୋଇଛି ।
ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ଥିବା ସୋ’ରୁମରେ ୮୦ ଲକ୍ଷ ଟଙ୍କା ଏବଂ ବ୍ରହ୍ମପୁରସ୍ଥିତ ସୋ’ରୁମରେ ୧ କୋଟି ୫୦ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି । ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର କଥା ବଖାଣୁଥିବା ହସ୍ତତନ୍ତ ଶାଢ଼ି, କପଡ଼ା ଓ ପୋଷାକ କିଣିବା ପାଇଁ ରାଜ୍ୟ ଏବଂ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରେ ବିଶେଷ ଉତ୍ସାହ ରହିଥିବା ଦେଖିବାକୁ ମିଳୁଛି ।

- Advertisement -

‘ବୟନିକା’ର ଏହି ଦୁଇଟି ସୋ’ରୁମରେ ଓଡ଼ିଶାର କୁଶଳୀ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ହସ୍ତତନ୍ତ ଶାଢ଼ି ଓ କପଡ଼ା ଉପଲବ୍ଧ ରହିଛି । ତା’ଭିତରେ ରହିଛି ଜିଆଇ ମାନ୍ୟତା ପାଇଥିବା ଓଡ଼ିଶା ଇକ୍କତ, ଖଣ୍ଡୁଆ ପାଟ, ଗୋପାଳପୁରର ଟସର କପଡ଼ା, କୋଟପାଡ଼ ଶାଢ଼ି ଓ କପଡ଼ା, ଧଳାପଥର ପରଦା, ସମ୍ବଲପୁରୀ ବାନ୍ଧ ଶାଢ଼ି ଓ କପଡ଼ା, ବମକେଇ ଶାଢ଼ି, ହବସପୁରୀ ଶାଢ଼ି, ଫୋଡ଼ାକୁମ୍ଭ ଏବଂ ବ୍ରହ୍ମପୁରର ରେଶମ ଶାଢ଼ି ।

ଏହି ସୋ’ରୁମରେ ପାରମ୍ପରିକ ଶାଢ଼ି ଓ କପଡ଼ା ଛଡ଼ା, ଆକର୍ଷଣୀୟ ପୋଷାକ ମଧ୍ୟ ରହିଛି । ପ୍ରମୁଖ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ପୋଷାକ ଯୁବପିଢ଼ି ଏବଂ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣ ପାଲଟିଛି । ଓଡ଼ିଶା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏହିସବୁ ଉତ୍ପାଦ କିଣିବାକୁ ବେଶ୍ ଆଗ୍ରହ ଦେଖାଉଛନ୍ତି ।

ଓଡ଼ିଶାର ହସ୍ତତନ୍ତ, ଓଡ଼ିଶାର ପରିଚୟ । ରାଜ୍ୟ ଏବଂ ଦେଶ ବିଦେଶରେ ହସ୍ତତନ୍ତ ଶାଢ଼ି, କପଡ଼ା ଓ ଆଧୁନିକ ପୋଷାକ ପ୍ରତି ଲୋକମାନଙ୍କର ବିଶେଷ ଆଗ୍ରହ ଓ ଚାହିଦା ରହିଛି । ତେଣୁ, ଏହାକୁ ଦୃଷ୍ଟିରେ ରଖି ‘ବୟନିକା’ ପକ୍ଷରୁ ବଜାର ସଂଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି । ଲୋକମାନଙ୍କ ପାଖରେ ଆକର୍ଷଣୀୟ ତଥା ଆଧୁନିକ ହସ୍ତତନ୍ତ ଉତ୍ପାଦ ପହଞ୍ଚାଇବା ପାଇଁ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ସୋ’ରୁମ୍ ଖୋଲିବାକୁ ବୟନିକା ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories