www.samajalive.in
Sunday, December 7, 2025
15.1 C
Bhubaneswar

୫ଟି ଉପରେ ଜିଲାସ୍ତରୀୟ ବୈଠକ, କର୍ମଚାରୀଙ୍କ ଦକ୍ଷତା ଆକଳନ ପାଇଁ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ

ଫୁଲବାଣୀ: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଚଳିତ ୫ଟି( ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍‍ ୱାର୍କ, ଟାଇମ୍‍, ଟ୍ରାନ୍ସଫର୍ମେସନ୍‍)ର ସଫଳ କାର୍ଯ୍ୟାନ୍ୱୟନ କରି ଶାସନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଶତ ପ୍ରତିଶତ ଆଶା ପ୍ରକଟ କରିପାରିଥିବା ସରକାରୀ କର୍ମଚାରୀମାନଙ୍କୁ ସାଧାରଣ ନିୟମ ବହିର୍ଭୂତ ପୁରସ୍କାର ପଦୋନ୍ନତି, ପ୍ରୋତ୍ସାହନ ପୁରସ୍କାର ଆଦି ପ୍ରଦାନ ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି। ସେହିପରି ସଫଳତାର ସହିତ ନିରନ୍ତର ଭାବେ ୩୦ ବର୍ଷ ସେବା ସମାପ୍ତ କରିଥିବା କିମ୍ବା ୫୦ ବର୍ଷ ବୟସ୍କ ହୋଇଥିବା ଏବଂ ୫୫ ବର୍ଷ ବୟସ ହାସଲ କରିବା ପରେ ସଚ୍ଚୋଟତାର ଅଭାବ,ମାନସିକ ବା ଶାରିରୀକ ଅକ୍ଷମତା,ନିମ୍ନ ପଦବୀରେ ସନ୍ତୋଷ ଭାବେ କାର୍ଯ୍ୟ କରିଥିଲେହେଁ ପଦୋନ୍ନତି ପ୍ରାପ୍ତ ପଦବୀରେ ଆବଶ୍ୟକୀୟ ଦକ୍ଷତାର ଅଭାବ,ଜନସେବା ପ୍ରତି ଏବଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସଂପୃକ୍ତ କର୍ମଚାରୀଙ୍କ ଆଚାର ବ୍ୟବହାର କ୍ଷତିକାରକ କିମ୍ବା ବିପଦ ସୃଷ୍ଟିକାରୀ ଉପଲବ୍ଧ ହେଉଥିଲେ କିମ୍ବା ବିଗତ ୫ ବର୍ଷର ଚରିତ୍ର ପଞ୍ଜିକାରେ ପ୍ରତିକୁଳ ମନ୍ତବ୍ୟ ଆଦି ମୁଖ୍ୟ କାରଣ ପାଇଁ ଜଣେ କର୍ମଚାରୀଙ୍କୁ ସାଧାରଣ ଅବସର ପୂର୍ବରୁ ଅବସର ପ୍ରଦାନ କରିବାକୁ ସ୍ଥିର କରିଛନ୍ତି।
ଏହି ପରିପ୍ରେକ୍ଷୀରେ, ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ଆକଳନ କରି, ଯୋଗ୍ୟ ବା ଅଯୋଗ୍ୟ କର୍ମଚାରୀଙ୍କ ନାମ ସେମାନଙ୍କ ବିଭାଗୀୟ ମୁଖ୍ୟଙ୍କ ନିକଟକୁ ପ୍ରେରଣ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମୁଖ୍ୟ ମାନଙ୍କୁ ନେଇ ଏକ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡା. ବୃନ୍ଦା ଡି. ଏଥିରେ ଅଧ୍ୟକ୍ଷତା କରି ଉଲ୍ଲେଖନୀୟ ସରକାରୀ ସେବା ପାଇଁ ପୁର୍ବରୁ ପୁରସ୍କୃତ, ସମ୍ମାନୀତ ବା ପ୍ରଶଂସିତ କର୍ମଚାରୀଙ୍କ ନାମ ଉପଯୁକ୍ତ ପ୍ରମାଣପତ୍ର ସହିତ ଚଳିତ ନଭେମ୍ବର ୩୦ ତାରିଖ ସୁଦ୍ଧା ସୁପାରିଶ କରିବାକୁ ଉପସ୍ଥିତ କାର୍ଯ୍ୟାଳୟ/ପ୍ରତିଷ୍ଠାନ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ତାଙ୍କ ପ୍ରାରମ୍ଭିକ ଭାଷଣରେ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ କନ୍ଧମାଳ ଉପ-ଜିଲ୍ଲାପାଳ ସୁରେଶ କୁମାର ନନ୍ଦ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସଙ୍କ ସମେତ ସମସ୍ତ କାର୍ଯ୍ୟାଳୟ ମୁଖ୍ୟ ମାନେ ଉପସ୍ଥିତ ଥିଲେ। ଅନୁଷ୍ଠିତ ବୈଠକରେ ବହୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସାମିଲ୍‍ ହୋଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories