ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବହୂଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ସୁଶ୍ରୀ ମାୟାବତୀଙ୍କୁ ବଡ଼ ଝଟକା ଦେଇଛି ସୁପ୍ରିମ କୋର୍ଟ। ସୁପ୍ରିମ କୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମ କୋର୍ଟ ଏଭଳି ନିର୍ଦେଶ ପ୍ରଦାନ କରିଛନ୍ତି। ମାୟାବତୀ ଉତ୍ତରପ୍ରଦେଶରେ ନିର୍ମିତ ଏକ ପାର୍କରେ ତାଙ୍କ ପ୍ରତିମୂର୍ତ୍ତି ଓ ହାତୀର ମୂର୍ତ୍ତି ଲଗାଇବାରେ ଜନସାଧାରଣଙ୍କ ଯେଉଁ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଫେରାଇବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପିଠରେ ଚାଲିଥିବା ଏହି ମାମଲାର ଆଗାମୀ ଶୁଣାଣି ୨ଏପ୍ରିଲକୁ ହେବ।
୨୦୦୯ରେ ରବିକାନ୍ତଙ୍କ ଦ୍ୱାରା ହୋଇଥିବା ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମ କୋର୍ଟ ଏହି ରାୟ ପ୍ରଦାନ କରିଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶୁଣାଣି ସମୟରେ ମାୟାବତୀଙ୍କ ଆଇନଜୀବୀଙ୍କୁ ଏହି ଟଙ୍କା ସରକାରୀ ତହବିଲକୁ ଫେରିଇ ଦେବା ପାଇଁ ନିର୍ଦେଶ ଦେଇଥିଲେ।
ଏଠାରେ ସୂଚନା ଯୋଗ୍ୟ ମାୟାବତୀଙ୍କ ଶାସନ କାଳରେ ଉତ୍ତରପ୍ରଦେଶରେ ନିର୍ମିତ ଏକାଧିକ ପାର୍କରେ ବିଏସପି ସଂସ୍ଥାପକ କାଂଶିରାମ, ମାୟାବତୀ ଓ ହାତୀର ମୂର୍ତ୍ତି ଖଞ୍ଜା ଯାଇଥିଲା। ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ତୀବ୍ର ହୋଇଥିଲା। ପରେ ଏହାକୁ ନେଇ ସୁପ୍ରିମ କୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଥିଲା। କାରଣ ଏହି ସବୁ ପଛରେ ମାୟାବତୀ ୬୦୦୦କୋଟି ଟଙ୍କା ଖର୍ଚ୍ଚ କରିଥିଲେ।
ନିଜ ମୂର୍ତ୍ତି ପାଇଁ ହୋଇଥିବା ଖର୍ଚ୍ଚ ସରକାରକୁ ଫେରାଇବେ ମାୟାବତୀ: ସୁପ୍ରିମ କୋର୍ଟ
Popular Categories



