www.samajalive.in
Sunday, December 7, 2025
16.1 C
Bhubaneswar

ମୟଙ୍କ ଅଗ୍ରୱାଲଙ୍କ ଦମଦାର ଦ୍ୱିଶତକ, ୨ୟ ଦିନ ଶେଷ ସୁଦ୍ଧା ଭାରତ ୪୯୩/୬

ଇନ୍ଦୋର: ଇନ୍ଦୋରର ହୋଲକାର ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚରେ ଦମଦାର ଦ୍ୱିଶତକ ଲଗାଇଛନ୍ତି ଭାରତର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ। ଇନ୍ଦୋରରେ ମୟଙ୍କ ୩୦୨ ବଲରୁ ଏହି ଦ୍ୱିଶତକ ଅର୍ଜନ କରିଛନ୍ତି। ଏହି ଦ୍ୱିଶତକରେ ୨୫ଟି ଚୌକା ଏବଂ ୫ଟି ଛକା ସାମିଲ ରହିଛି। ଏହା ମୟଙ୍କ ଅଗ୍ରୱାଲଙ୍କ କ୍ରିକେଟ କ୍ୟାରିୟରେ ଦ୍ୱିତୀୟ ଦ୍ୱିଶତକ। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୟଙ୍କ ଦ୍ୱିଶତକ ହାସଲ କରିଥିଲେ। ମୟଙ୍କ ବାଂଲାଦେଶ ବିପକ୍ଷ ପ୍ରଥମ ପାଳିରେ ୩୩୦ ବଲରେ ୨୪୩ ରନ୍‍ କରି ପ୍ୟାଭିଲିୟନ ଫେରିଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ବାଂଲାଦେଶ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇନପାରି ମାତ୍ର ୧୫୦ ରନ୍‍ ରେ ଅଲଆଉଟ୍‍ ହୋଇଯାଇଥିଲା। ଏହାର ଜବାବରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଏକ ଓ୍ଵିକେଟ୍ ହରାଇ ୮୬ ରନ କରିଥିଲା। ଦଳ ରୋହିତ ଶର୍ମା(୧)ଙ୍କ ରୂପେ ଏକ ମାତ୍ର ଓ୍ଵିକେଟ୍ ହରାଇଥିଲା। ଓପନର ମୟଙ୍କ ଅଗ୍ରଓ୍ଵାଲ(୩୭) ଓ ଚେତେଶ୍ଵର ପୂଜାରା(୪୩) କ୍ରିଜରେ ଅପରାଜିତ ରହି ଶୁକ୍ରବାର ସକାଳେ ଖେଳ ଆରମ୍ଭ କରିଥିଲେ । ଏହାପରେ ଦଳ ସଅଳ ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ୱିକେଟ ହରାଇଥିଲା । ପୂଜାରା ୫୪ ରନ କରି ପ୍ୟାଭିଲିଅନ ଫେରିଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ନିଜର ଖାତା ଖୋଲିବା ପୂର୍ବରୁ ଆବୁ ଜାୟଦଙ୍କ ବୋଲରେ ଆଉଟ ହୋଇଥିଲେ । ଏହାପରେ ଆଜିଙ୍କ୍ୟା ରାହାଣେ ଏବଂ ମୟଙ୍କ ଅଗ୍ରୱାଲ ଟିମ ଇଣ୍ଡିଆକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ । ରାହାଣେ ୮୬ ରନ ବ୍ୟକ୍ତିଗତ ସ୍କୋରରେ ଆବୁ ଜାୟଦଙ୍କ ବୋଲରେ ତଇଜୁଲ ଇସଲମଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ। ଏହାପରେ ରିଦ୍ଧିମାନ ଶାହା ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ମାତ୍ର ୧୨ରନ୍ ରେ ଆଉଟ ହୋଇଯାଇଥିଲେ। ରବିନ୍ଦ୍ର ଜାଡେଜା ମୟଙ୍କ ଅଗ୍ରୱାଲଙ୍କ ସାଥ୍ ଦେଇ ଦଳର ସ୍କୋରକୁ ଆଗେଇ ନେଇଥିଲେ। ମୟଙ୍କ ୨୪୩ ରନରେ ଆଉଟ୍ ହୋଇଯାଇଥିଲେ। ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୪୯୩ ରନ୍ ସଂଗ୍ରହ କରିଛି। ରବିନ୍ଦ୍ର ଜାଡେଜା ୬୦ ରନରେ ଅପରାଜିତ ଥିବା ବେଳେ ଉମେଶ ଯାଦବ ୨୫ ରନରେ ଅପରାଜିତ ରହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories