www.samajalive.in
Friday, December 5, 2025
23.1 C
Bhubaneswar

ବୈଷ୍ଣୋଦେବୀ ଯାତ୍ରୀଙ୍କ ପାଇଁ ମାଗଣା ଦୁର୍ଘଟଣା ବୀମା ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି

ଶ୍ରୀନଗର : ଜମ୍ମୁ-କାଶ୍ମୀର ତଥା ଦେଶର ପ୍ରସିଦ୍ଧ ଶକ୍ତି ପୀଠ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଉଥିବା ତୀର୍ଥଯାତ୍ରୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ବୀମା ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ମାତା ବୈଷ୍ଣୋଦେବୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମାଗଣା ଦୁର୍ଘଟଣା ଜନିତ ବୀମା ରାଶି ପରିମାଣ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ଶ୍ରୀନଗରଠାରେ ମାତା ବୈଷ୍ଣୋଦେବୀ ମନ୍ଦିର ଟ୍ରଷ୍ଟ ବୋର୍ଡର ୬୩ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜମ୍ମୁ-କାଶ୍ମୀର ରାଜ୍ୟପାଳ ତଥା ମାତା ବୈଷ୍ଣୋଦେବୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ସତ୍ୟପାଲ ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ସ୍ଥିର କରାଯାଇଛି । ସେହିପରି ଭୱନ ଏବଂ ଭୈରୋଁ ଘାଟି ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ରୋପ୍‍ ୱେ’ ସେବା ମାଧ୍ୟମରେ ଆସୁଥିବା ଯାତ୍ରୀଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଜୀବନ ବୀମା ସହାୟତା ରାଶି ପ୍ରସ୍ତାବକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଛି।
ଅନ୍ୟପକ୍ଷରେ ଏକ ଐତିହାସିକ ନିଷ୍ପତ୍ତି ଭାବେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସାମାଜିକ ସହାୟତା ପଦକ୍ଷେପ ସ୍ୱରୂପ ଆହତମାନଙ୍କୁ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଟ୍ରମା କେୟାର ସେବା ଯୋଗାଇ ଦେବା ପ୍ରସ୍ତାବକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories